ବଢୁଛି କୋଭିଡ ସଂକ୍ରମଣ: ବଢୁଛି ଚିନ୍ତା
୪ ହଜାର ପାର କଲା ଆକ୍ଟିଭ କୋଭିଡ ମାମଲା।
ରଥଯାତ୍ରା ଆସୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ସଜାଗ
ଭୁବନେଶ୍ୱର, ୦୩/୦୬: ଆଜି ସୁଦ୍ଧା ସାରା ଦେଶରେ କୋଭିଡ୍ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୪୦୨୬ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ସୁସ୍ଥ ହୋଇ ୨୭୦୦ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। କେରଳରେ ସର୍ବାଧିକ ୧୪୧୬ ଆକ୍ଟିଭ କେସ ଥିବା ବେଳେ ମହାରାଷ୍ଟ୍ରରେ ୪୯୪, ଗୁଜରାଟର ୩୯୭, ଦିଲ୍ଲୀରେ ୩୯୩ ଓ ପଶ୍ଚିମବଙ୍ଗରେ ୩୧୧ ଆକ୍ଟିଭ କେସ ରହିଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏ ସମୟରେ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଯିବାକୁ ଲୋକଙ୍କୁ କୁହାଯାଇଛି। ନିୟମିତ ହାତ ଧୋଇବା ସହ ଗ୍ଲୋଭସ୍ ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ଆଗକୁ ପୁରୀ ରଥଯାତ୍ରା ଆସୁଥିବା ବେଳେ କୋଭିଡ ସଂକ୍ରମଣ ବୃଦ୍ଧି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ରଥଯାତ୍ରା ୨୦୨୫ ପୂର୍ବରୁ ଓଡ଼ିଶାରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି। ଖୁବଶୀଘ୍ର ରଥଯାତ୍ରା ସମୟରେ କୋଭିଡ ପରିଚାଳନା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।