ସନ୍ଦେହଜନକ ଅବସ୍ଥାରେ ମିଳିଲା ଜୈଶ ଶୀର୍ଷ କମାଣ୍ଡର ମୌଲାନା ଅବଦୁଲ ଅଜିଜ୍ ଏସାର ମୃତଦେହ

ଭାରତରେ ଅନେକ ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତ ଥିଲା ଏସାର

ଲାହୋର, ୦୩/୦୬: ଭାରତ ବିରୋଧରେ ଅନେକ ଷଡ଼ଯନ୍ତ୍ର ରଚିଥିବା ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ମୌଲାନା ଅବଦୁଲ ଅଜିଜ୍ ଏସାରର ମୃତ୍ୟୁ ଘଟିଛି। ପାକିସ୍ତାନର ପଞ୍ଜାବ ପଞ୍ଜାବ ପ୍ରଦେଶରେ ଭାରତର ଅନ୍ୟତମ ଶତ୍ରୁ କୁହାଯାଉଥିବା ଆତଙ୍କବାଦୀ ମୌଲାନା ଅବଦୁଲ ଅଜିଜ୍ ଏସାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି।

ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏସାରର ମୃତ୍ୟୁ ସମ୍ପର୍କିତ ଭିଡିଓ ସାମ୍ନାକୁ ଆସିବା ପରେ ଏହି ଖବର ପ୍ରକାଶ ପାଇଛି। ସେ ଭାରତରେ ଅନେକ ବଡ଼ ବଡ଼ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା।

ମୌଲାନା ଅବଦୁଲ ଅଜିଜ୍ ଏସାର ଜୁନ୍ ୨ ତାରିଖରେ ହୃଦଘାତରେ ସେ ମୃତ୍ୟୁବରଣ କରିଥିବା ସୂତ୍ରରୁ ସୂଚନା ମିଳିଛି। ପାକିସ୍ତାନର ପଞ୍ଜାବର ବାହାୱଲପୁରସ୍ଥିତ ଜୈସ-ଏ-ମହମ୍ମଦର ମୁଖ୍ୟାଳୟର ମରକଜରେ ତା’ର ଶେଷକୃତ୍ୟ ସଂପନ୍ନ କରାଯିବ।

ଅବଦୁଲ ଅଜିଜ୍ ଏସାର ଭାରତରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା।