ଅକାଳ ବିୟୋଗ

ବଜ୍ରାଘାତରେ ଗଲା ଜୀବନ

ପିପିଲି, ୦୯/୦୬: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ କୁଳଶେଖର ପାଟଣା ପଞ୍ଚାୟତର ମାଳିବରାହି ଗ୍ରାମର ଜଣେ ବ୍ୟକ୍ତିଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସୁରେଶ ଭୋଇ (୫୫)।

ସେ ଅପରାହ୍ନ ପ୍ରାୟ ୩ଟା ବେଳେ ନିଜ ଚାଷ ଜମିକୁ ଯାଉଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।