ନୂଆଦିଲ୍ଲୀ, ୦୯/୦୬: ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ପ୍ରଥମ ଟି-୨୦ ମ୍ୟାଚ୍ ଡିସେମ୍ବର ୯ ତାରିଖରେ ସନ୍ଧ୍ୟା ୭ଟାରେ ଖେଳାଯିବ।
ଦକ୍ଷିଣ ଆଫ୍ରିକା ୫ଟି ଟି-୨୦ ମ୍ୟାଚ ଖେଳିବାକୁ ଥିବା ବେଳେ ପ୍ରଥମ ମ୍ୟାଚ ବାରବାଟୀରେ ଖେଳାଯିବ। ଏ ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୧୧ରେ ନ୍ୟୁ ଚଣ୍ଡିଗଡ଼, ଡିସେମ୍ବର ୧୪ରେ ଧର୍ମଶାଳା, ଡିସେମ୍ବର ୧୭ରେ ଲକ୍ଷ୍ନୌ ଓ ଡିସେମ୍ବର ୧୯ରେ ଅହମ୍ମଦାବାଦରେ ମ୍ୟାଚ୍ ଖେଳାଯିବ।