ଭୁବନେଶ୍ୱରରେ ମେଡିସିନ ଷ୍ଟୋରରେ ଚଢାଉ, ବ୍ରାଣ୍ଡ ନାଁରେ ବିକ୍ରି ହେଉଛି ନକଲି ଔଷଧ

ଭୁବନେଶ୍ୱର: ରାଜଧାନୀରେ ବ୍ରାଣ୍ଡ ନାଁରେ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ । ଏହି ଅଭିଯୋଗ ପରେ ରାଜଧାନୀର ବିଭିନ୍ନ ମେଡିସିନ ଷ୍ଟୋରରେ ଡ୍ରଗ କଣ୍ଟ୍ରୋଲ ବିଭଗର ଚଢ଼ାଉ କରାଯାଇଛି । ରସୁଲଗଡ ସ୍ଥିତ ସ୍ଵସ୍ତିକ ଡ୍ରଗ ହାଉସରେ ଚଢ଼ାଉ କରିଛି ଡ୍ରଗସ୍ କଣ୍ଟ୍ରୋଲ ବିଭାଗ ।

ପ୍ରଥମେ କଟକରେ ଏଭଳି ଅଭିଯୋଗ ହେବା ପରେ ଏବେ ସକ୍ରିୟ ହୋଇଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ଟେଲମା-୪୦ ମେଡିସିନ କୁ ନେଇ ଚାଲିଛି ଖୋଳତାଡ ଜାରି ରହିଛି । ତେବେ ପଚରା ଉଚରା ଜାରି ରହିଛି । ତେବେ ଅଭିଯୋଗରେ କେତେ ସତ୍ୟତା ଅଛି ସେନେଇ ଇନଭେଷ୍ଟିଗେସନ ପରେ ସ୍ପଷ୍ଟ ହେବ । ସୂଚନା ଥାଉକି ଗତକାଲି କଟକରେ ବି ନକଲି ମେଡିସିନ ନେଇ ଚଢାଉ ହୋଇଥିଲା ।