ଡିସେମ୍ବରରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ୨୦୨୪ ପାଇଁ ଅଣ୍ଟା ଭିଡୁଛି କଂଗ୍ରେସ । ନିଜ ମିଶନ ପୂରା କରିବାକୁ ଦଳ ପକ୍ଷରୁ ଜୋରଦାର କସରତ ଚାଲିଛି । ଏବେ କଂଗ୍ରେସ ପକ୍ଷରୁ ଭାରତ ଯୋଡୋ ଅଭିଯୋନକୁ ଜୋରଦାର କରାଯାଇଛି । ଓଡିଶାରେ ମଧ୍ୟ କଂଗ୍ରେସ ତାର ସ୍ଥିତି ମଜଭୁତ କରିବାକୁ ପ୍ରୟାସ ଆରମ୍ଭ କରିଛି ।

ଏହି ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ୱରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ସାଙ୍ଗଠନିକ ସ୍ଥିତିର ସମୀକ୍ଷା ସହ ବରିଷ୍ଠ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ତୃଣମୂଳ ସ୍ତରରେ ଦଳର ସ୍ଥିତି ମଜବୁତ ପାଇଁ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର । ଏନେଇ ସୂଚନା ଦେଇଛନ୍ତି ବିଧାୟକ ସୁରେଶ ରାଉତରାୟ ।