ଧର୍ମଗଡ଼, ୧୨/୦୬(ଦର୍ଶନ ନ୍ୟୁଜ): ରାସ୍ତା ଅଭାବରୁ ପୁଣି ଖଟିଆରେ ବୁହା ହେଲେ ଜଣେ ଗର୍ଭବତୀ ମାଆ। ଏଭଳି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ଧଅରପୁର ପଞ୍ଚାୟତ ଅନ୍ତର୍ଗତ ଆମ୍ବଗୁଡ଼ା ମାଳପଡ଼ା ଗ୍ରାମରେ। ଗତ ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମର ଦାମୋଦର ମା ମାଝୀଙ୍କ ପତ୍ନୀ ଗୋମତୀ ମାଝୀଙ୍କୁ ପ୍ରସବ ବେଦନା ଆରମ୍ଭ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଦେଢ଼ କିଲୋମିଟର ଦୂର ମୁଖ୍ୟ ରାସ୍ତାରେ ଅଟକି ରହିଥିଲା। ଏପଟେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଗୋମତୀଙ୍କୁ ପରିବାର ଲୋକେ ରାତି ୧୦ଟା ସମୟରେ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ସେଠାରୁ ତାଙ୍କୁ ପର୍ଲା ମେଡିକାଲରେ ଜନ୍ମ ଭର୍ତ୍ତି କରାଯାଇଥିଲା। ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ଦୁଃଖର ବିଷୟ, ମେଡିକାଲରୁ ଫେରିବା ସମୟରେ ଭଡ଼ା ଗାଡ଼ି ଚାଳକ କାଦୁଅ ରାସ୍ତାକୁ ଯିବାକୁ ମନା କରି ମାଆ ଓ ନବଜାତ ଶିଶୁକୁ ମୁଖ୍ୟ ରାସ୍ତାରେ ଛାଡ଼ି ଚାଲିଯାଇଥିଲେ। ଫଳରେ ପରିବାର ଲୋକେ ପୁଣି ଖଟିଆରେ ମାଆ ଓ ଶିଶୁକୁ ଗାଁକୁ ବୋହି ଆଣିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ, ସରକାର ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଆମ୍ବଗୁଡ଼ା ମାଳପଡ଼ା ଗ୍ରାମ ଅବହେଳିତ ରହିଛି। ଦୀର୍ଘ ବର୍ଷ ଧରି ପକ୍କା ରାସ୍ତା ପାଇଁ ସ୍ଥାନୀୟ ବିଧାୟକ ଓ ଜନପ୍ରତିନିଧିଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
Prev Post
Next Post