ସିବିଆଇ ଜାଲରେ ଇପିଏଫଓ ଅଧିକାରୀ

ଲାଞ୍ଚ ନେଲା ବେଳେ ରେଡ୍ ହ୍ୟାଣ୍ଡ ଧରିଲା ସିବିଆଇ

ବ୍ରହ୍ମପୁର, ୧୩/୦୬: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ଶୁକ୍ରବାର ସକାଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍ ଗିରଫ କରିଛି। ଏକ ଘରୋଇ କମ୍ପାନିର କର୍ତ୍ତୃପକ୍ଷଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରି ଇପିଏଫ୍ଓ ଅଧିକାରୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ଇପିଏଫ୍ଓ ଅଧିକାରୀ ଜଣକ ଘରୋଇ କର୍ମଚାରୀଙ୍କଠାରୁ ଡିଜିଟାଲ ଦସ୍ତଖତ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଲାଞ୍ଚ ମାଗିଥିଲେ। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳରେ ଥିବା ଏକ ହୋଟେଲରେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଇପିଏଫଓ ଅଧିକାରୀଙ୍କୁ ରେଡ୍ ହ୍ୟାଣ୍ଡ ଧରିଥିଲା ଭିଜିଲାନ୍ସ।