ଭାରତର ପ୍ରେସକୁ ନିୟନ୍ତ୍ରଣ କରିବାକୁ ଗାଗିଙ୍ଗ ଆକ୍ଟ ପାରିତ କରିଥିଲେ ବ୍ରିଟିଶ୍ ସରକାର
ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ
ଆଜିର ତାରିଖ ୧୩ ଜୁନ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଗଣେଶ ଦାମୋଦର ସାବରକର (୧୩ ଜୁନ୍ ୧୮୭୯ – ୧୬ ମାର୍ଚ୍ଚ ୧୯୪୫), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଜାତୀୟତାବାଦୀ ଏବଂ ଅଭିନବ ଭାରତ ସୋସାଇଟିର ପ୍ରତିଷ୍ଠାତା।
୨. ଇ.ଏମ୍.ଏସ୍ ନମ୍ବୁଦିରିପଦ (୧୩ ଜୁନ୍ ୧୯୦୯ – ୧୯ ମାର୍ଚ୍ଚ ୧୯୯୮), ଜଣେ ଭାରତୀୟ କମ୍ୟୁନିଷ୍ଟ ରାଜନେତା। ସେ ୧୯୫୭ – ୫୯ ଏବଂ ପରେ ୧୯୬୭ – ୬୯ ରେ କେରଳ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
୩. ପୀୟୂଷ ଗୋଏଲ (୧୩ ଜୁନ ୧୯୬୪), ଭାରତ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରେଳ ମନ୍ତ୍ରୀ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏବଂ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କ ଭଳି ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଛନ୍ତି। ଏହା ପୂର୍ବରୁ ସେ ଶକ୍ତି, କୋଇଲା, ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ (୨୦୧୪-୨୦୧୭) ଏବଂ ଖଣି (୨୦୧୬-୧୭) ରାଷ୍ଟ୍ରମନ୍ତ୍ରୀ ଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ସାର୍ ଗୋପତି ନାରାୟଣସ୍ୱାମୀ ଚେଟ୍ଟି (୨୮ ସେପ୍ଟେମ୍ବର ୧୮୮୧ – ୧୩ ଜୁନ୍ ୧୯୫୦), ଜଣେ ଭାରତୀୟ ବ୍ୟବସାୟୀ, ଜମିଦାର, ରାଜନେତା, ବିଧାୟକ ଏବଂ ଅର୍ଥନୀତିଜ୍ଞ ଥିଲେ। ସେ ୧୯୩୦ରୁ ୧୯୩୬ ପର୍ଯ୍ୟନ୍ତ ଭାରତୀୟ ବିଧାନ ପରିଷଦର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ଚେଟ୍ଟି ମାଡ୍ରାସ କର୍ପୋରେସନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଲ୍ ର ଯୁଗ୍ମ ଚୟନ କମିଟିର ସଦସ୍ୟ ଥିଲେ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
୨. ମେହେଦି ହାସନ ଖାନ (୧୮ ଜୁଲାଇ ୧୯୨୭ – ୧୩ ଜୁନ ୨୦୧୨), ଜଣେ ପାକିସ୍ତାନୀ ଗଜଲ ଗାୟକ ଏବଂ ଲଲିଉଡର ପ୍ଲେବ୍ୟାକ ଗାୟକ। ୧୯୫୭ ମସିହାରେ ରେଡିଓ ପାକିସ୍ତାନରେ ସେ ଥୁମ୍ରି ଗାୟକ ଭାବରେ ପ୍ରଥମ ଥର ପାଇଁ ପରିଚୟ ପାଇଥିଲେ। ମେହେଦି ହାସନ ପାଖାପାଖି ୫୪ ହଜାର ଗଜଲ, ଗୀତ ଓ ଥୁମରି ଗୀତ ଗାଇଥିଲେ। ଜେନେରାଲ ଆୟୁବ ଖାନ୍ ତାଙ୍କୁ ‘ତାମ୍ଗା-ଏ-ଇମ୍ତିଆଜ୍’, ଜେନେରାଲ୍ ଜିଆ-ଉଲ୍-ହକ୍ଙ୍କୁ ‘ପ୍ରାଇଡ୍ ଅଫ୍ ପରଫର୍ମାନ୍ସ’ ଏବଂ ଜେନେରାଲ୍ ପରଭେଜ୍ ମୁଶାରଫଙ୍କୁ ‘ହିଲାଲ-ଏ-ଇମ୍ତିଆଜ୍’ ସମ୍ମାନରେ ସମ୍ମାନିତ କରିଥିଲେ। ଏହାବ୍ୟତୀତ ଭାରତ ସରକାର ତାଙ୍କୁ ୧୯୭୯ ମସିହାରେ ‘ସେହଗଲ୍ ପୁରସ୍କାର’ରେ ସମ୍ମାନିତ କରିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୪୨୦ – ଜଲାଲୁଦ୍ଦିନ ଫିରୋଜ ଶାହ ଏହି ଦିନ ଦିଲ୍ଲୀର ସିଂହାସନରେ ବସିଥିଲେ।
୧୭୫୭ – ଇଷ୍ଟ ଇଣ୍ଡିଆ କମ୍ପାନୀର ରବର୍ଟ କ୍ଲାଇଭ୍ ସିରାଜ-ଉଦ-ଦୌଲାଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ମୁର୍ଶିଦାବାଦ ଯାଇଥିଲେ।
୧୮୫୭ – ବ୍ରିଟିଶ ସରକାର ଭାରତରେ ପ୍ରିଣ୍ଟିଂ ପ୍ରେସ୍ ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ “ଗ୍ୟାଗିଂ ଆକ୍ଟ” ପାରିତ କରିଥିଲେ।
୧୯୩୨ – ଏହି ଦିନ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୯୪୦ – ଉଧମ ସିଂହଙ୍କୁ ଲଣ୍ଡନରେ ଫାଶୀ ଦିଆଯାଇଥିଲା।
୧୯୪୩ – ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବୁଡ଼ାଜାହାଜ ଯୋଗେ ଜର୍ମାନୀରୁ ଟୋକିଓ ଯାତ୍ରା ଆରମ୍ଭ କରିଥିଲେ।
୧୯୪୪ – ନାଜି ଜର୍ମାନୀ ଆଜିର ଦିନରେ ଭି-୧ ବୋମା ରେ ଆକ୍ରମଣ କରିଥିଲା।
୧୯୫୩ – ଇଣ୍ଡିଆନ୍ ଏୟାରଲାଇନ୍ସ ପ୍ରତିଷ୍ଠା ହୋଇଥିଲା।।
୧୯୫୬ – ୭୨ ବର୍ଷ ଧରି ନିଜ ନିୟନ୍ତ୍ରଣରେ ରହିବା ପରେ ବ୍ରିଟେନ ସୁଏଜ୍ କେନାଲର ନିୟନ୍ତ୍ରଣ ଇଜିପ୍ଟକୁ ହସ୍ତାନ୍ତର କଲା।
୧୯୯୩ – କିମ୍ କ୍ୟାମ୍ପବେଲ ଏହି ଦିନ କାନାଡାର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ।
୨୦୦୩ – ଡାନିଲ ଅଖମିତୋଭ କାଜାଖସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।
୨୦୦୮ – ଏହି ଦିନ ବିମାନ ସେବା ଆରମ୍ଭ କରିବା ପାଇଁ ଚୀନ ଏବଂ ତାଇଓ୍ଵାନ୍ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଥିଲେ।
୨୦୧୦ – ଆଷ୍ଟ୍ରୋଏଡ୍ ଏକ୍ସପ୍ଲୋରାର ହାୟାବୁସା ପୃଥିବୀକୁ ଫେରିଲା।