ପ୍ରକାଶ ପାଇଲା ବି.ଇଡି ଏଣ୍ଟ୍ରାନ୍ସ ଟେଷ୍ଟ ସ୍କୋର
୨୫ ଜୁନରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ
ଜାଣନ୍ତୁ ଆଡ଼ମିଶନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ
ଭୁବନେଶ୍ୱର, ୧୩/୦୬: ୨ ବର୍ଷିଆ ବିଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ଥର ମୋଟ ୧ ଲକ୍ଷ ୨୯ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୧ ଲକ୍ଷ ୧୭ ହଜାର ୯୩୩ ଜଣ ପରୀକ୍ଷା ଦେଇଥିଲେ। ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ୨୦୨୫ ଜୁନ୍ ୧୩ରୁ ୧୯ ଜୁନ୍ ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର କଲେଜ ପାଇଁ ଚଏସ ଲକ୍ କରି ପାରିବେ।
ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ୨୫ ଜୁନରେ ପ୍ରକାଶିତ ହେବ। ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବେ, ସେମାନେ ୨୫ ଜୁନରୁ ୧ ଜୁଲାଇ ମଧ୍ୟରେ ସାମ୍ସ ପୋର୍ଟାଲ୍ ଜରିଆରେ ପେମେଣ୍ଟ କରି ପାରିବେ। ୨୬ ଜୁନ ଦିନ ୧୦ଟାରୁ ୧ ଜୁଲାଇ ସନ୍ଧ୍ୟା ୫ଟା ମଧ୍ୟରେ ସିଲେକ୍ଟ ହୋଇଥିବା ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ରିପୋର୍ଟିଂ କରି ପାରିବେ।
୭ ଜୁଲାଇରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହୋଇଥିବେ, ସେମାନେ ୭ ଜୁଲାଇ ଅପରାହ୍ନ ୪ଟାରୁ ୧୧ ଜୁଲାଇ ଅପରାହ୍ନ ୩ଟା ମଧ୍ୟରେ ସାମ୍ସ ପୋର୍ଟାଲ୍ ଜରିଆରେ ପେମେଣ୍ଟ କରି ପାରିବେ। ୮ ଜୁଲାଇ ଦିନ ୧୦ଟାରୁ ୧୧ ଜୁଲାଇ ସନ୍ଧ୍ୟା ୫ଟା ମଧ୍ୟରେ ସିଲେକ୍ଟ ହୋଇଥିବା ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ରିପୋର୍ଟିଂ କରି ପାରିବେ।
୧୭ ଜୁଲାଇରେ ତୃତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଯେଉଁମାନେ ତୃତୀୟ ପର୍ଯ୍ୟାୟରେ ମନୋନୀତ ହୋଇଥିବେ, ସେମାନେ ୧୭ ଜୁଲାଇ ଅପରାହ୍ନ ୪ଟାରୁ ୨୨ ଜୁଲାଇ ଅପରାହ୍ନ ୩ଟା ମଧ୍ୟରେ ସାମ୍ସ ପୋର୍ଟାଲ୍ ଜରିଆରେ ପେମେଣ୍ଟ କରି ପାରିବେ। ୧୮ ଜୁଲାଇ ଦିନ ୧୦ଟାରୁ ୨୨ ଜୁଲାଇ ସନ୍ଧ୍ୟା ୫ଟା ମଧ୍ୟରେ ସିଲେକ୍ଟ ହୋଇଥିବା ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ରିପୋର୍ଟିଂ କରି ପାରିବେ।