ଭୁବନେଶ୍ୱର, ୧୪/୦୬: ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାରର ପ୍ରଥମ ବାର୍ଷିକୀ ଅବସରରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ’ରେ ଯୋଗ ଦେବେ।
ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ସରକାରର ପ୍ରଥମ ବାର୍ଷିକୀ ପାଳନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନତା ମଇଦାନରୁ ଜନ ସମାବେଶକୁ ସମ୍ବୋଧିତ କରି ମୋହନ ମାଝୀ ସରକାରଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରିବେ। ଏହି ଅବସରରେ ୨୦ ତାରିଖ ଅପରାହ୍ନ ୨ଟାରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରୋଡ୍ ସୋ’ କରିବେ ବୋଲି ସୂଚନା ମିଳିଛି।