ହାଇଟେକ୍ ମେଡିକାଲ କଲେଜରେ ବିଶ୍ବ ରକ୍ତଦାତା ଦିବସ ପାଳିତ
ପ୍ରେରଣା ଓ ସଚେତନତାର ବାର୍ତ୍ତା ବାଣ୍ଟିଲେ ହାଇଟେକ ବିଦ୍ୟାର୍ଥୀ
ରକ୍ତ ଦାନ କଲେ ଶତାଧିକ ବିଦ୍ୟାର୍ଥୀ
ଭୁବନେଶ୍ୱର, ୧୪/୦୬: ସାରା ବିଶ୍ବରେ ଆଜି ରକ୍ତର ଅଭାବ ଜନିତ ଦୁଃଖ ବଢିବାରେ ଲାଗିଛି। ମେଡିକାଳ ହେଉ ଅବା ତତକ୍ଷଣାତ ଦୁର୍ଘଟଣା ଜନିତ ରୋଗୀ ପାଖରେ ରକ୍ତ ପହଞ୍ଚିବା କଷ୍ଟକର ହୋଇ ପଡିଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କଲେଣି। ରକ୍ତ ସଂଗ୍ରହର ଯେପରି ଅଭାବ ପରିଲକ୍ଷିତ ହେଉଛି ଏହା ମାନବ ସମାଜ ପାଇଁ ଘୋର ସଙ୍କଟର ସମୟ। ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖୁବ୍ ଚିନ୍ତାରେ ଥିବାବେଳେ ଓଡ଼ିଶାରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ହାଇଟେକ ଗ୍ରୁପର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ଆହ୍ୱାନରେ ହାଇଟେକ୍ ଶିକ୍ଷାସମୂହ ଅନୁଷ୍ଠାନ ଯଥା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ, ଡେଣ୍ଟାଲ କଲେଜ, ଫିଜିଓଥେରାପି କଲେଜ, ନସିଂ କଲେଜ ଓ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଶହ ପଚାଶ ବିଦ୍ୟାର୍ଥୀ ଆଜି ସକାଳ ସାତ ଘଟିକା ରେ ଭୁବ ଭୂବନେଶ୍ବର ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଏକ ବିଶାଳ ସଚେତନତା ପଦଯାତ୍ରା କରି ଯାତାୟତ ପଥିକଙ୍କୁ ରକ୍ତଦାନର ମହାପୁଣ୍ୟ ଓ ରକ୍ତଦାନ କରି ଅନ୍ୟର ଜୀବନ ରକ୍ଷା କରିବା ପାଇଁ ବୁଝାଇବା ସହ ପ୍ରତ୍ୟେକ ମଣିଷ ନିଜ ଜୀବନ କାଳ ମଧ୍ଯରେ ଅନ୍ୟୁନ ଗୋଟିଏ ଥର ରକ୍ତ ଦାନ କରିବାକୁ ନିବେଦନ କରିଥିଲେ। ଏହି ରକ୍ତଦାତା ସଚେତନତା ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ହାଇଟେକ ଫାର୍ମାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର କର, ହାଇଟେକ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ତଥା ଓଡିଶୀ ନୃତ୍ୟଶିଳ୍ପୀ ଡକ୍ଟର ଚିତ୍ତରଞ୍ଜନ ସାହାଣୀ, କ୍ରୀଡା ଅଧିକାରୀ ସୁରେଶ୍ କୁମାର ନାୟକ, ସତ୍ୟ ବିପ୍ଳବ ମିଶ୍ର ଯୋଗ ଦେଇଥିବା ବେଳେ ହାଇଟେକ୍ ବ୍ଲକବ୍ୟାଙ୍କର ନିର୍ଦେଶକ ପ୍ରଫେଶର ଡକ୍ଟର ଜ୍ୟୋତି ମିତ୍ର, ଡକ୍ଟର ପ୍ରତ୍ୟୁଷ ବେହେରା, ଡକ୍ଟର ରଶ୍ମିରଞ୍ଜନ ସାହୁ ଓ ପ୍ରାଶାସନିକ ଅଧିକାରୀ ଡକ୍ଟର ଗୋପେଶ୍ବର ଆଚାର୍ଯ୍ୟ, ଅଖିଳ କୁମାର ପାଣିଗ୍ରାହୀଙ୍କ ଉଦ୍ୟମରେ ଶତାଧିକ ବିଦ୍ୟାର୍ଥୀ ରକ୍ତ ଦାନକରି ଆଜିର ବିଶ୍ବ ରକ୍ତଦାତା ଦିବସରେ ଗାରିମାମୟ ଅଧ୍ୟାୟ ସୃଷ୍ଟି କରିଛନ୍ତି।