ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ IEd ବ୍ଲାଷ୍ଟ

ସିଆରପିଏଫ ୧୩୪ ବାଟାଲିୟନର ଯବାନ ସହିଦ

ସୁନ୍ଦରଗଡ, ୧୪/୦୬: ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସିଆରପିଏଫ ଯବାନ ଓ ଏସଓଜି ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଆଇଇଡି ବିସ୍ପୋରଣ କରିଛନ୍ତି। ଆଇଇଡି ବିସ୍ପୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି। ଆଇଇଡି ବିସ୍ଫୋରଣରେ ଗୁରୁତର ହେବା ପରେ ତାଙ୍କୁ ରାଉରକେଲାର ସେକ୍ଟର ୧୯ ସ୍ଥିତ ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯବାନ ଉତ୍ତରପ୍ରଦେଶର କିଶିନଗରର ସତ୍ୟବାନ ସିଂହ ବୋଲି ଜଣାଯାଇଛି। ସେ ସିଆରପିଏଫ ୧୩୪ ବାଟାଲିୟନର ଥିଲେ।

ସୂଚନାଯୋଗ୍ୟ, ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀ ମାନେ ବିସ୍ଫୋରକ ସାମଗ୍ରୀ ଲୁଟ୍ କରି ନେବା ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ ସୁରକ୍ଷାକର୍ମୀ। ୪ ଟନ ବିସ୍ଫୋରକ ସାମଗ୍ରୀ ଲୁଟ୍ ହୋଇଥିବା ବେଳେ ସେଥିରୁ କିଛି ପରିମାଣରେ ଉଦ୍ଧାର କରାଯାଇଛି।