ରବୀନ୍ଦ୍ର ମଣ୍ଡପରେ ନାଟକ କାର୍ଯ୍ୟକ୍ରମର ତୃତୀୟ ଦିନ

ନାଟକ “ବୀର ସୁରେନ୍ଦ୍ର ସାଏ” ମଞ୍ଚସ୍ଥ

ଭୁବନେଶ୍ୱର, ୧୫/୦୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଥିବା ନାଟକ କାର୍ଯ୍ୟକ୍ରମର ଗତ କାଲି ତୃତୀୟ ସନ୍ଧ୍ୟାରେ ନାଟକ “ବୀର ସୁରେନ୍ଦ୍ର ସାଏ” ମଞ୍ଚସ୍ଥ ହୋଇଥିଲା। ଗତ କାଲିର ନାଟକ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଉପରେ ଆଧାରିତ ହୋଇଥିଲା। ନାଟ୍ୟକାର ଡ଼. ଦ୍ୱାରିକାନାଥ ନାୟକ ନାଟକ ରଚନା କରିଥିବାବେଳେ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ସତ୍ୟ ରଞ୍ଜନ ବେହେରା।

ପ୍ରକାଶଯୋଗ୍ୟ ଯେ, ଜୁନ୍‌ ୧୨ ତାରିଖରୁ ଜୁନ୍‌ ୧୯ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀ ଉପରେ ଆଧାରିତ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।