ଆଜି ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସ ପାଳନ
‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ ଜାଣନ୍ତୁ ଅଧିକ ତଥ୍ୟ
ଆଜିର ତାରିଖ ୧୫ ଜୁନ ୨୦୨୫
ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସ: ଇଣ୍ଟରନ୍ୟାସନାଲ ନେଟୱର୍କ ଫର ଦି ପ୍ରିଭେନସନ୍ ଅଫ୍ ଏଲ୍ଡର ଆବ୍ୟୁଜ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମିଳିତ ଜାତିସଂଘରେ ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସ (ଡବ୍ଲ୍ୟୁଇଏଏଡି) ପାଳନ କରାଯାଏ। ବୟସ୍କମାନଙ୍କୁ ନିର୍ଯାତନା ଓ ଅବହେଳାକୁ ବିରୋଧ କରିବା ପାଇଁ ସଚେତନତା ସୃଷ୍ଟି କରି ବୟସ୍କ ବ୍ୟକ୍ତିଙ୍କ ପ୍ରତି ଉନ୍ନତ ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି।
ହେଲ୍ପଏଜ୍ ଇଣ୍ଡିଆ ପକ୍ଷରୁ ‘ଇଣ୍ଟର ଜେନେରେସନ୍ ଡାଇନାମିକ୍ସ ଆଣ୍ଡ ପରସେପ୍ସନ୍ ଅନ୍ ଏଜିଂ’ ଶୀର୍ଷକ ଏହି ରିପୋର୍ଟ ଉନ୍ମୋଚନ କରାଯାଇଛି। ଏଥିରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ଅହମ୍ମଦାବାଦ, କାନପୁର, ନାଗପୁର, ହାଇଦ୍ରାବାଦ ଏବଂ ମଦୁରାଇ ସମେତ ୧୦ଟି ମେଟ୍ରୋ ଏବଂ ଅଣ-ମେଟ୍ରୋ ସହରରେ ୫,୭୯୮ ଜଣଙ୍କ ଆଭିମୁଖ୍ୟ ଗ୍ରହଣ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ଅଧ୍ୟୟନରୁ ଜଣାପଡିଛି ଯେ ଅଣ ମେଟ୍ରୋ ସହରରେ ଯୁବକମାନଙ୍କର ମେଟ୍ରୋ ତୁଳନାରେ ପୁରୁଣା ପିଢ଼ି ସହିତ ଗଭୀର ସମ୍ମାନ ଏବଂ ମଜଭୁତ ବନ୍ଧନ ରହିଛି । ଅଣ-ମେଟ୍ରୋର ଯୁବକମାନେ “ମୂଲ୍ୟ ଏବଂ ସମ୍ମାନ” କୁ ବୁଝିଛନ୍ତି। ୫୬ ପ୍ରତିଶତ ଯୁବକ ବୃଦ୍ଧଙ୍କୁ ‘ଏକାକୀ’ ଏବଂ ୪୮ ପ୍ରତିଶତ ଯୁବକ ‘ନିର୍ଭରଶୀଳ’ ବୋଲି ବର୍ଣ୍ଣନା କରିଥିବା ବେଳେ ୫୧ ପ୍ରତିଶତ ସେମାନଙ୍କୁ ‘ବୁଦ୍ଧିମାନ’ ଏବଂ ୪୩ ପ୍ରତିଶତ ‘ସମ୍ମାନିତ’ ବୋଲି ମଧ୍ୟ କହିଛନ୍ତି। ୮୮ ପ୍ରତିଶତ ଯୁବକ ବୃଦ୍ଧାବସ୍ଥାରେ ପରିବାର ସହ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ସୁରୟା ଜମାଲ ଶେଖ (୧୫ ଜୁନ ୧୯୨୯ – ୩୧ ଜାନୁଆରୀ ୨୦୦୪), ଭାରତୀୟ ସିନେମାର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ ଗାୟିକା। ସେ ତାଙ୍କ କ୍ୟାରିୟରରେ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ୩୦୦ରୁ ଅଧିକ ଗୀତ ଗାଇଥିଲେ।
୨. କିଷାନ ବାବୁରାଓ ହଜାରେ, ଜଣେ ଭାରତୀୟ ସାମାଜିକ କର୍ମୀ ଥିଲେ। ସେ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରୁଥିଲେ। ସେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ପରନେର ତାଲୁକାର ଏକ ଗ୍ରାମ ରାଲେଗାନ ସିଦ୍ଧିର ବିକାଶ ତାଙ୍କର ଗଭୀର ଅବଦାନ ଥିଲା। ଏହି ଗ୍ରାମକୁ ଅନ୍ୟମାନଙ୍କ ପାଇଁ ଏକ ମଡେଲ ଭାବରେ ପ୍ରତିଷ୍ଠା କରିବାରେ ତାଙ୍କର ପ୍ରୟାସ ଯୋଗୁଁ ୧୯୯୨ ମସିହାରେ ଭାରତ ସରକାର ତାଙ୍କୁ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ।
୩. ଲକ୍ଷ୍ମୀ ନିବାସ ମିତ୍ତଲ, ଜଣେ ଭାରତୀୟ ଇସ୍ପାତ ବ୍ୟବସାୟୀ। ସେ ବିଶ୍ୱର ସର୍ବବୃହତ ଇସ୍ପାତ ନିର୍ମାତା କମ୍ପାନୀ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅଟନ୍ତି। ୨୦୦୫ରେ ଫୋର୍ବସ ମିତ୍ତଲଙ୍କୁ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଭାବରେ ମାନ୍ୟତା ଦେଇଥିଲା। ୨୦୦୮ରେ ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
ଉଲୁର ଏସ୍ ପରମେଶ୍ୱର ଆୟର (୬ ଜୁନ ୧୮୭୭ – ୧୫ ଜୁନ ୧୯୪୯), ମାଲାୟାଲମ ସାହିତ୍ୟର ଜଣେ ଭାରତୀୟ କବି ଏବଂ ଜଣେ ଇତିହାସବିତ। ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇ କେରଳ ସରକାର ୧୯୫୬ ମସିହାରେ ମହାକବି ଉଲୁର ମେମୋରିଆଲ ଲାଇବ୍ରେରୀ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୯୪୪ – ଜାପାନର ଦକ୍ଷିଣ ସାଗରର ରାଜଧାନୀ ସାଇପାନ ଉପରେ ଆମେରିକା ଆକ୍ରମଣ କରିଥିଲା।
୧୯୪୭ – ଅଖିଳ ଭାରତୀୟ କଂଗ୍ରେସ ନୂଆଦିଲ୍ଲୀରେ ଭାରତ ବିଭାଜନ ପାଇଁ ବ୍ରିଟିଶ ଯୋଜନାକୁ ଗ୍ରହଣ କରିଥିଲା।
୧୯୯୧ – ଦଶମ ଲୋକସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା।
୨୦୦୫ – ଏହି ଦିନ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଥିଲା।