କିଙ୍ଗ୍ସ ଚାର୍ଲ୍ସ ତୃତୀୟ ହେଲେ ବ୍ରିଟେନର ନୂଆ ରାଜା

ଲଣ୍ଡନ: ବ୍ରିଟେନ୍‌ରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ବିୟୋଗରେ ପରେ ଗୋଟେ ଯୁଗର ଅବସାନ ଘଟିଛି। ତାଙ୍କ ପରେ ତାଙ୍କ ପୁଅ କିଂ ଚାର୍ଲ୍ସ ତୃତୀୟଙ୍କୁ ବ୍ରିଟେନ୍ ରାଜା ଭାବେ ଘୋଷଣା କରାଯାଇଛି। ବ୍ରିଟେନ୍‌ ଇତିହାସରେ ପ୍ରଥମ ଥର ପାଇଁ ଟେଲିଭିଜନ ଜରିଆରେ ବ୍ରିଟେନବାସୀ ଦେଖିଲେ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ। ସେଣ୍ଟ ଜେମ୍ସ ପେଲେସ୍‌ରେ ଚାର୍ଲ୍ସ ଫିଲିପ୍ସ ଅର୍ଥର ଜର୍ଜଙ୍କର ରାଜ୍ୟାଭିଷେକ ହେବା ସହିତ ତାଙ୍କ ପତ୍ନୀ କ୍ୟାମେଲାଙ୍କୁ ରାଣୀ ବୋଲି ଘୋଷଣା କରାଯାଇଥିଲା।

ଏଲିଜାବେଥ ଦ୍ୱିତୀୟଙ୍କର ମୃତ୍ୟୁ ପୂର୍ବରୁ ସେ ରାଜକୁମାର ଥିଲେ। ହେଲେ ରାଣୀଙ୍କ ବିୟୋଗ ପରେ ଶନିବାର ଦିନ ୧୧ଟା ସମୟରେ ଚାର୍ଲ୍ସକୁ ଔପଚାରିକ ଭାବେ ରାଜା ଘୋଷଣା କରାଯାଇଛି। ଲଣ୍ଡନ ରାଜମହଲ ସେଣ୍ଟ ଜେମ୍ସ ପେଲେସରେ ରାଜ୍ୟାଭିଷେକ ସମୟରେ ବ୍ରିଟେନର ପିଏମ୍ ଲିଜ୍ ଟ୍ରସ୍ ସମେତ ଅନେକ ବରିଷ୍ଠ ନେତା ଓ ସାଂସଦ ତଥା ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏମାନଙ୍କ ମଧ୍ୟରୁ କିଛି ପ୍ରଶାସନିକ ଅଧିକାରୀ ଆସନ୍ତାଦିନରେ ସମ୍ରାଟଙ୍କର ଉପଦେଷ୍ଟା ଭାବରେ ନିଯୁକ୍ତି ହେବେ।