ଭୁବନେଶ୍ୱର, ୧୬/୦୬: ରାଜଧାନୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ନିଶାଶକ୍ତ ଅବସ୍ଥାରେ ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ ବେଳେ ଧରା ପଡ଼ିଛନ୍ତି ଦୁଇ ଜଣ ବଙ୍ଗୀୟ ଯୁବକ। ଏଭଳି ଘଟଣା ଘଟିଛି ଭୁବନେଶ୍ୱରର ପାତ୍ର ପଡା ଅଞ୍ଚଳରେ।
ମିଳିଥିବା ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତି ୧୨ଟା ୩୦ ସମୟରେ ଜଣେ ନାବାଳିକାଙ୍କୁ ନିଶା ଦେଇ ଦୁଇ ଜଣ ବଙ୍ଗୀୟ ଯୁବକ ନିଶାସକ୍ତ ଅବସ୍ଥାରେ ପାତ୍ରପଡାରୁ ପୋଖରୀପୁଟ ଅଭିମୁଖେ ଅପହରଣ କରି ନେଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ। ସେମାନଙ୍କୁ ପଚରାଉଚରା ବେଳେ ଉଭୟ ପଶ୍ଚିମବଙ୍ଗର ମେଦିନୀପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ ବୋଲି ଜଣା ପଡ଼ିଥିଲା। ହେଲେ ସେମାନେ ଉକ୍ତ ନାବାଳିକାଙ୍କ ବିଷୟରେ କିଛି ନ କହି ପାରିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଉଭୟଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖିବା ସହ ନାବାଳିକାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ନାବାଳିକାଙ୍କ ଚିକିତ୍ସା ପରେ ପ୍ରକୃତ ଘଟଣା ଜଣାପଡିବ।