ଆଜିର ତାରିଖ ୧୬ ଜୁନ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ସିଏମ୍ ପୁନାଚା (୧୬ ଜୁନ୍ ୧୯୧୦ – ୩ ଅଗଷ୍ଟ ୧୯୯୦), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନେତା । ସେ କୁର୍ଗରେ ‘ଭାରତୀୟ ଜାତୀୟ କଂଗ୍ରେସ’ର ଅନ୍ୟତମ ସଦସ୍ୟ ଥିଲେ। ମୈସୁର ରାଜ୍ୟ ଗଠନ ପରେ ୧୯୫୬ରେ ସିଏମ ପୁନାଚା ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଥିଲେ। ସେ ଓଡ଼ିଶା ଓ ମଧ୍ୟପ୍ରଦେଶର ରାଜ୍ୟପାଳ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ।
୨. ମହମ୍ମଦ ଅଲ୍ଲୀ ଖାନ୍ (୧୬ ଜୁନ୍ ୧୯୨୦ – ୨୨ ଅପ୍ରେଲ ୨୦୦୧), ମଧ୍ୟପ୍ରଦେଶର ଜଣେ ରାଜନେତା ଏବଂ ପୂର୍ବତନ ରାଜ୍ୟପାଳ। ୧୯୪୩ ମସିହାରୁ ସେ କଂଗ୍ରେସର ସଦସ୍ୟ ଭାବରେ ରାଜନୈତିକ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ ଆରମ୍ଭ କରିଥିଲେ। ମହମ୍ମଦ ଅଲ୍ଲୀ ଖାନ୍ ୧୯୬୮ମସିହାରେ ‘ଉତ୍ତରପ୍ରଦେଶ ଲୋକସେବା ଆୟୋଗ’ର ସଦସ୍ୟ ଭାବେ ୬ ବର୍ଷ ପାଇଁ ନିଯୁକ୍ତ ହୋଇଥିଲେ। ସେ ୬ ଫେବୃଆରୀ ୧୯୯୦ରେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ।
୩. ବ୍ରହ୍ମଦେବ ଶର୍ମା (୧୬ ଜୁନ ୧୯୩୧ – ୬ ଡିସେମ୍ବର ୨୦୧୫), ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ। ଆଦିବାସୀଙ୍କ ପାଇଁ ଅନେକ ସରକାରୀ ନୀତି ପ୍ରଣୟନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୧୯୫୬ ବ୍ୟାଚ୍ ଆଇଏଏସ୍ ଅଫିସର ଡ. ବ୍ରହ୍ମଦେବ ଶର୍ମା ବର୍ତ୍ତମାନର ଛତିଶଗଡ଼ (ସେହି ସମୟରେ ମଧ୍ୟପ୍ରଦେଶ)ର ବସ୍ତର ଜିଲ୍ଲାର ଜିଲ୍ଲାପାଳ ଭାବେ ଆଦିବାସୀଙ୍କ ସପକ୍ଷରେ ଅନେକ କାର୍ଯ୍ୟ କରିଥିଲେ।
୪. ମିଥୁନ ଚକ୍ରବର୍ତ୍ତୀ, ଜଣେ ବଲିଉଡ ଅଭିନେତା, ଗାୟକ, ପ୍ରଯୋଜକ, ଲେଖକ, ସମାଜସେବୀ, ଉଦ୍ୟୋଗୀ, ଜଣେ ଟେଲିଭିଜନ ଉପସ୍ଥାପକ ଯିଏ କି ମୁଖ୍ୟତଃ ହିନ୍ଦୀ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ କାମ କରନ୍ତି। ସେ ଜଣେ ପୂର୍ବତନ ରାଜ୍ୟସଭା ସାଂସଦ। ସେ ଦୁଇଟି ଫିଲ୍ମଫେୟାର ପୁରସ୍କାର ଏବଂ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ୨୦୨୨ରେ ଦାଦା ସାହେବ ଫାଲକେ ପୁରସ୍କାର ଏବଂ ୨୦୨୪ରେ ପଦ୍ମ ଭୁଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ (୨ ଅଗଷ୍ଟ ୧୮୬୧ – ୧୬ ଜୁନ ୧୯୪୪), ଜଣେ ବିଶିଷ୍ଟ ବଙ୍ଗଳା ରସାୟନ ବିଜ୍ଞାନୀ, ଶିକ୍ଷାବିତ୍, ଐତିହାସିକ, ଶିଳ୍ପପତି ଓ ସମାଜସେବୀ। ତାଙ୍କୁ ଭାରତରେ ରସାୟନ ବିଜ୍ଞାନର ଜନକ ଭାବରେ ବିବେଚନା କରାଯାଏ ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୬୦୬ – ଜାହାଙ୍ଗୀରଙ୍କ ଶାସନ କାଳରେ ଗୁରୁ ଅର୍ଜନ ଦେବଙ୍କୁ ଲାହୋର (ପାକିସ୍ତାନ)ରେ ଫାଶୀ ଦିଆଯାଇଥିଲା।
୧୭୭୯ – ସ୍ପେନ୍ ବ୍ରିଟେନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କଲା।
୧୮୧୫ – ନେଦରଲାଣ୍ଡରେ ଲିଗ୍ନି ଯୁଦ୍ଧରେ ନେପୋଲିୟନ୍ ପ୍ରୁସିଆଙ୍କୁ ପରାସ୍ତ କରିଥିଲେ।
୧୮୮୧ – ଅଷ୍ଟ୍ରିଆ ଓ ହଙ୍ଗେରୀ ସର୍ବିଆ ସହିତ ଏକ ସାମରିକ ଚୁକ୍ତି ସ୍ୱାକ୍ଷର କରିଥିଲେ।
୧୯୦୩ – ନରୱେର ରୋଆଲ୍ଡ ଆମୁଣ୍ଡସେନ୍ କାନାଡା ଦ୍ୱୀପପୁଞ୍ଜ ଦେଇ ଆଟଲାଣ୍ଟିକ୍ ଏବଂ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରୁଥିବା ଏକ ସମୁଦ୍ର ମାର୍ଗ ଆବିଷ୍କାର କରିଥିଲେ। ଏହି ମାର୍ଗକୁ ଉତ୍ତର-ପଶ୍ଚିମ ପଥ କୁହାଯାଏ।
୧୯୧୧ – ଆଇବିଏମ୍ କମ୍ପାନୀ ୧୯୧୧ ମସିହାରେ ନ୍ୟୁୟର୍କରେ ସ୍ଥାପିତ ହୋଇଥିଲା। ପୂର୍ବରୁ ଏହାର ନାମ କମ୍ପ୍ୟୁଟିଂ-ଟାବୁଲେଟିଂ-ରେକର୍ଡିଂ କମ୍ପାନୀ ଥିଲା।
୧୯୨୪ – ୧୯୨୪ ମସିହାରେ ଚୀନର ହାମ୍ପୋଆ ମିଲିଟାରୀ ଏକାଡେମୀ ପ୍ରତିଷ୍ଠା କରାଯାଇଥିଲା।
୧୯୬୩ – ୨୬ ବର୍ଷୀୟ ରୁଷୀୟ ମହିଳା ଲେଫ୍ଟନାଣ୍ଟ ଭାଲେଣ୍ଟିନା ତେରେସ୍କୋଭା ମହାକାଶକୁ ଯାତ୍ରା କରିବାରେ ବିଶ୍ୱର ପ୍ରଥମ ମହିଳା ଥିଲେ।
୧୯୮୩ – ଛତିଶଗଡ଼ର ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।
୨୦୦୭ – ସୁନୀତା ୱିଲିୟମ୍ସ ମହାକାଶରେ ସବୁଠାରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ମହିଳା ହୋଇଥିଲେ।
୨୦୧୨ – ଚୀନ୍ ମହାକାଶଯାନ ସେନଜୋ ୯ କୁ ଉତକ୍ଷେପଣ କରିଥିଲା।
୨୦୧୨ – ଆମେରିକା ବାୟୁସେନାର ରୋବୋଟିକ୍ ବୋଇଂ ଏକ୍ସ-୩୭ବି ସ୍ପେସ୍ ପ୍ଲେନ୍ ଏହାର ଅଭିଯାନ ଶେଷ କରି ପୃଥିବୀକୁ ଫେରିଥିଲା।