ବିମାନକୁ ବୋମା ଧମକ: ମଝି ଆକାଶରୁ ନେଲା ୟୁ-ଟର୍ଣ୍ଣ

ଲ୍ୟାଣ୍ଡିଂ ପାଇଁ ମିଳିଲାନି ଅନୁମତି

ହାଇଦ୍ରାବାଦ, ୧୬/୦୬: ଆଜି ଜର୍ମାନୀରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ଏକ ବିମାନ ଲୁଫଥାନ୍ସା ମଝି ଆକାଶରୁ ଫେରି ଯାଇଛି। ବିମାନକୁ ବୋମା ଧମକ ମିଳିବା ପରେ ଫ୍ଲାଇଟ LH752 ମଝି ଆକାଶରୁ ୟୁ-ଟର୍ଣ୍ଣ ନେଇଛି।

ମିଳିଥିବା ସୂଚନା ମୁତାବକ, ଜର୍ମାନୀର ଫ୍ରାଙ୍କଫର୍ଟରୁ ଉଡାଣ ଭରିଥିବା ଫ୍ଲାଇଟ LH752କୁ ମଝି ଆକାଶରେ ବୋମା ଧମକ ମିଳିଥିଲା। ଏହି ବିମାନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। ହେଲେ ବୋମା ଧମକ ମିଳିବା ପରେ ହାଇଦ୍ରାବାଦ ବିମାନବନ୍ଦରରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ତାହା ଫେରି ଯାଇଛି। ହାଇଦ୍ରାବାଦ ବିମାନବନ୍ଦରର କର୍ତ୍ତୃପକ୍ଷ କହିଛନ୍ତି ଯେ, ଭାରତୀୟ ବାୟୁ ସୀମା ବାହାରେ ବିମାନକୁ ବୋମା ଧମକ ମିଳିଥିଲା।