ଜୁନ୍ ୨୦ରେ ଖୋଲିବନି ସ୍କୁଲ: ବଡ଼ ଘୋଷଣା

ଏହି ସ୍ଥାନରେ ବନ୍ଦ ରହିବ ସରକାରୀ ଓ ବେସରକାରୀ ସ୍କୁଲ

ଭୁବନେଶ୍ୱର, ୧୮/୦୬: ଆସନ୍ତା ଜୁନ ୨୦ ତାରିଖରେ ସ୍କୁଲ ଖୋଲିବ ନାହିଁ। ଭୁବନେଶ୍ୱର ଓ କଟକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ। ଜୁନ୍ ୨୦ରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ଥିବାରୁ ଟ୍ୱିନ ସିଟିର ସ୍କୁଲ ବନ୍ଦ ରହିବା ନେଇ ଘୋଷଣା ହୋଇଛି। ଟ୍ରାଫିକ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି, ତେଣୁ ସ୍କୁଲ ଛୁଟି ରହିବ।