ସରକାରୀ ଅର୍ଥ ଆତ୍ମସାତ

ଗିରଫ ହେଲେ PEO

କନ୍ଧମାଳ, ୧୯/୦୬: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସରମୁଲି ଗ୍ରାମ ପଞ୍ଚାୟତର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଅକ୍ରୁର ମାଝୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ସରକାରୀ ପାଣ୍ଠିର ୫୩,୩୮,୮୦୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ପିଇଓ। ଚାକିରି କାଳରେ ୩୧ ଅକ୍ଟୋବର ୨୦୨୩ରୁ ୧୮ ନଭେମ୍ବର ୨୦୨୪ ମଧ୍ୟରେ ଏହି ଅର୍ଥ ଆତ୍ମସାତ କରିଛନ୍ତି ପିଇଓ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅନୁଦାନ ରାଶିକୁ ବିଭିନ୍ନ ଆଳରେ ଅପବ୍ୟବହାର କରିଥିବା ପ୍ରମାଣ ମିଳିବା ପରେ ପିଇଓଙ୍କୁ ଗିରଫ କରିଛି ଭିଜିଲାନ୍ସ।