ଭୁବନେଶ୍ୱର, ୧୯/୦୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୁଲାଇ ଦ୍ବିତୀୟ ସପ୍ତାହରେ ଓଡ଼ିଶା ଆସିବେ। ରାହୁଲଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଓଡ଼ିଶା ଗସ୍ତ କରିବେ। ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସର ବିଶାଳ ସମାବେଶରେ ଯୋଗ ଦେବେ ରାହୁଲ ଗାନ୍ଧୀ ଓ ଖଡଗେ। ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରଦର୍ଶନ କରି ଓଡ଼ିଶାରେ ଏହି ସମାବେଶ ଅନୁଷ୍ଠିତ ହେବ। ଏ ନେଇ ଜୁଲାଇ ୯ ତାରିଖରେ ଉଭୟ ନେତା ଓଡ଼ିଶା ଆସିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।
Prev Post