ଦାଦା ବଟି ଅସୁଲି ଅଭିଯୋଗ: ବିଜେଡି ନେତା ନନ୍ଦ କିଶୋର ଅଗ୍ରୱାଲ ଗିରଫ

୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଝାରସୁଗୁଡା, ୧୯/୬(ଦର୍ଶନ ନ୍ୟୁଜ୍): ଦାଦା ବଟି ଅସୁଲି କରୁଥିବା ଅଭିଯୋଗ ରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ର ବରିଷ୍ଠ ବିଜେଡି ନେତା ତଥା ବ୍ରଜରାଜନଗର ପୌର ପଳିକା ର ପୂର୍ବତନ ନଗରପାଳ ନନ୍ଦ କିଶୋର ଅଗ୍ରୱାଲଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ସହ ପୁଲିସ ତାଙ୍କର ଚାରିଜଣ ସହଯୋଗୀ ଙ୍କୁ ମଧ୍ଯ ଗିରଫ ହୋଇଛନ୍ତି।

ଝାରସୁଗୁଡା ଆରକ୍ଷୀ ଅଧିକ୍ଷକ ସ୍ମିତ ପରମାର୍ ଙ୍କ ସୂଚନା ଅନୁସାରେ, ନନ୍ଦ କିଶୋର ଅଗ୍ରୱାଲ ମହାନଦୀ କୋଇଲା ଖଣି ଅଞ୍ଚଳରେ କୋଇଲା ଲୋଡ଼ିଂ ଓ ପରିବହନ ବ୍ୟବସାୟ କରନ୍ତି। ସେ ଲୋଡିଂ ପାଇଁ ନିୟୋଜିତ ଟ୍ରକ୍ ମାଲିକ ଙ୍କ ଠାରୁ ବଟି ଆଦାୟ କରନ୍ତି। ପ୍ରତି ଟ୍ରକ୍ ୧୪୫ ଟଙ୍କା ଆଦାୟ କରୁଥିଲେ। ପ୍ରତି ଦିନ ସହ ସହ ଟ୍ରକ୍ ରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ପ୍ରତିବାଦ କରୁଥିବା ଟ୍ରକ୍ ମାଲିକ ଙ୍କୁ ସେ ହଇରାଣ ହରକତ କରୁଥିଲେ ଅବା ଲୋଡ଼ିଙ୍ଗ ଦେଉ ନଥିଲେ। ଫଳରେ ବହୁ ଟ୍ରକ୍ ମାଲିକ ବ୍ୟାପକ କ୍ଷତି ସହୁଥିଲେ। ଏପରିକି ପରିବହନ ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଋଣ କିସ୍ତି ଭରଣା କରି ପାରୁନଥିବା ଅନେକ ଙ୍କ ଟ୍ରକ୍ କୁ ଫାଇନାନ୍ସ କମ୍ପାନୀ ଦ୍ଵାରା ଜବତ କରା ଯାଇଥିବା ନଜିର ରହିଛି।

ଏଣୁ ଅର୍ଥିକ କ୍ଷତି ଭୟରେ କୌଣସି ଟ୍ରକ୍ ମାଲିକ ଅଭିଯୋଗ କରୁ ନ ଥିଲେ। ବୁଧବାର ଦିନ ଜଣେ ଟ୍ରକ୍ ସନ୍ନି ରାମ ନାମକ ଚାଳକ ଙ୍କ ଅଭିଯୋଗ ମତେ ଲଖନପୂର ଥାନା ପୁଲିସ ସକ୍ରିୟ ହୋଇଥିଲା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।। ଲଖନପୁର ଖଣି ଅଞ୍ଚଳକୁ ଯାଇ ନନ୍ଦ କିଶୋର ଅଗ୍ରୱାଲ ଙ୍କ ସଂସ୍ଥା ଦ୍ଵାରା ଲୋଡିଂ କରା ଯାଉଥିବା ଅଞ୍ଚଳରେ ବଟି ଆଦାୟ କରୁଥିବା ଚାରି ଜଣ ବ୍ୟକ୍ତି ଙ୍କୁ ଆଣି ଅଟକ ରଖି ପଚରାଉଚରା କରିଥିଲା। ଅଭିଯୁକ୍ତ ମାନେ ବିଜେଡି ନେତା ତଥା ବ୍ୟବସାୟ ନନ୍ଦ କିଶୋର ଅଗ୍ରୱାଲ ଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ସ୍ୱୀକାର କରିଥଲେ। ଅଭିଯୁକ୍ତ ମାନଙ୍କ ସ୍ଵିକାରୋକ୍ତି ଆଧାରରେ ପୁଲିସ୍ ବିଜେଡି ନେତା ନନ୍ଦ କିଶୋର ଅଗ୍ରୱାଲଙ୍କୁ ଗିରଫ କରିଥିଲା। ନନ୍ଦ କିଶୋର ଅଗ୍ରୱାଲ ଙ୍କ ସହ ସମସ୍ତ ଚାରି ଜଣ ଅଭିଯୁକ୍ତ ଅମରେନ୍ଦ୍ର ସିଂ, ସସିଧର ଚୌହାନ, ସୁଜିତ୍ କେରକେଟା ଓ ଷ୍ଟିଫେନ ପର୍ମାନିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।