ଭୁବନେଶ୍ୱର, ୨୦/୦୬: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଛନ୍ତି। ବିଜେପିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେବା ପାଇଁ ଓଡ଼ିଶାରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏୟାରପୋର୍ଟରୁ ଜନତା ମଇଦାନ ଯାଏଁ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ କାର୍ଯ୍ୟକ୍ରମ ରହିଛି। ଏହା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି।