ନୂଆଦିଲ୍ଲୀ, ୨୨/୦୬: ଇରାନର ତିନୋଟି ପ୍ରମୁଖ ପରମାଣୁ କେନ୍ଦ୍ର ଉପରେ ଆମେରିକାର ଏୟାର ଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିଥିଲେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ। ପ୍ରାୟ ୪୫ ମିନିଟ୍ ଧରି ଉଭୟ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବର୍ତ୍ତମାନର ପରିସ୍ଥିତି ବିଷୟରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ।
ପେଜେଶକିୟାନଙ୍କ ସହ କଥା ହୋଇ ମୋଦି ମଧ୍ୟପ୍ରାଚ୍ୟରେ ଘଟୁଥିବା ଘଟଣା ଉପରେ ଗଭୀର ଚିନ୍ତା ପ୍ରକଟ କରିବା ସହ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ଆହ୍ୱାନ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଲୋଚନା ଏବଂ କୂଟନୀତି ଦ୍ୱାରା ହିଁ ଆଞ୍ଚଳିକ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାର ଶୀଘ୍ର ଫେରି ପାରିବ। ପେଜେଶକିୟାନ ଭାରତକୁ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ସ୍ଥାପନ ପାଇଁ ପ୍ରୋତ୍ସାହିତ କରୁଥିବା ଏକ ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ।
ସୂଚନାଯୋଗ୍ୟ ଆମେରିକା ଇରାନର ତିନୋଟି ପ୍ରମୁଖ ପରମାଣୁ ପ୍ରତିଷ୍ଠାନ – ଫୋର୍ଡୋ, ନତାଞ୍ଜ ଏବଂ ଇସଫାହାନ ଉପରେ ବୋମା ପକାଇବାର କିଛି ଘଣ୍ଟା ପରେ ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି କଲ୍ କରିଥିଲେ।