ରୁଷର ଦ୍ୱିତୀୟ ବଡ଼ ପରାଜୟ ! ଏବେ ୟୁକ୍ରେନର ଏହି ସହର ଛାଡିଲେ ରୁଷ ସୈନିକ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ୭ ମାସରୁ ଅଧିକ ସମୟ ହୋଇଛି । ଯୁଦ୍ଧରେ ଏହିପରି କିଛି ସମୟ ଆସିଥିଲା ଯେଉଁଠି ୟୁକ୍ରେନ ସୈନିକ ଶକ୍ତିଶାଳୀ ରୁଷ ସେନାକୁ ଆତ୍ମସମର୍ପଣ କରିବ ବୋଲି ଅନୁମାନ କରାଯାଇଥିଲା । କିନ୍ତୁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ସୈନିକଙ୍କ ସାହସ ଯୁଦ୍ଧରେ ୟୁକ୍ରେନର ସ୍ଥିତିକୁ ମଜଭୁତ କରିଛି ।

ୟୁକ୍ରେନରୁ ଆସିଥିବା ଖବର ଅନୁସାରେ ୟୁକ୍ରେନ ସୈନିକ ରୁଷକୁ କଡା ଝଟକା ଦେଇଛନ୍ତି । ରୁଷର ଅକ୍ତିଆରରେ ଥିବା ଖାରକିଭ ପ୍ରାନ୍ତର ଇଜିୟମ ସହରରେ ୟୁକ୍ରେନ ସେନା ପ୍ରବେଶ କରିବାରେ ସଫଳ ହୋଇଛି । ଏହାରି ଭିତରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଖାରକିଭରେ ଅସ୍ଥାୟୀ ଭାବେ ନିଜର ସୈନିକଙ୍କୁ ଫେରାଇ ଆଣିଛି । ଏହି ମାମଲାରେ ରୁଷର ଯୁକ୍ତ ଭିନ୍ନ ରହିଛି, କିନ୍ତୁ ମସ୍କୋର ଏହି ନିଷ୍ପତ୍ତି ଯୁଦ୍ଧରେ ନିର୍ଣ୍ଣାୟକ ମୋଡ ନେଇପାରେ । ମାର୍ଚ୍ଚରେ କିଭ୍ ହରାଇବା ପରେ ଏହା ରୁଷ ପାଇଁ ଦ୍ୱାତୀୟ ସବୁଠୁ ବଡ଼ ଝଟକା ବୋଲି କୁହାଯାଉଛି ।