ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି

ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରିବ ବିଜେଡ଼ି ଯୁବ ଛାତ୍ର ସଂଗଠନ

ଭୁବନେଶ୍ୱର, ୨୩/୦୬: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ସୁରକ୍ଷିତ ନାହାନ୍ତି ଯୁବତୀ ଓ‌ ଛାତ୍ରୀ। ପ୍ରତି ଦିନ ପ୍ରାୟତଃ ୧୫ ଜଣ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି ବୋଲି ଅଭିଯୋଗ ଆଣିବା ସହ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରବଳ ବର୍ଷିଛି ବିଜେଡ଼ି। ସରକାର ନିରବଦ୍ରଷ୍ଟା ସାଜିଛନ୍ତି ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛି ବିଜେଡ଼ି।

ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଓ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଆସନ୍ତା ୨୫ ତାରିଖରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି।

ଆସନ୍ତା ଜୁନ୍‌ ୨୫ ତାରିଖରେ ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ଛାତ୍ର ଆନ୍ଦୋଳନରେ, ଶ୍ରେଣୀ ବର୍ଜନ, କଳାବ୍ୟାଚ ପରିଧାନ, ପିକେଟିଂ, କୁଶ ପୁତ୍ତଳିକା ଦାହ ଇତ୍ୟାଦି କାର୍ଯ୍ୟକ୍ରମ କରାଯିବ।