ହାଇଟେକ୍ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଯୋଗ ଦେଲେ ୧୬୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ

ଭୁବନେଶ୍ୱର, ୨୩/୦୬: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲକ୍ଷ୍ୟ ନେଇ ୨୦୧୫ରୁ ପ୍ରତି ବର୍ଷ ଜୁନ୍ ୨୧ ତାରିଖକୁ ଯୋଗ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରସ୍ଥ ଖେଳପଡିଆ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏ ବର୍ଷର ଥିମ୍ ରହିଛି ‘ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏଥିରେ ହାଇଟେକ୍‌ର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୬୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କ ଆହ୍ୱାନରେ ଶତାଧିକ ବିଦ୍ୟାର୍ଥୀ ଯୋଗ ଦିବସରେ ଉପସ୍ଥିତ ରହି ଆଗାମୀ ଦିନରେ ସୁସ୍ଥ, ନିରାମୟ ଓ ରୋଗ ମୁକ୍ତ ଜୀବନ ବିତାଇବା ପାଇଁ ଆହ୍ୱାନ ଦେଇଥିଲେ । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର କ୍ରୀଡା ଓ ସଂସ୍କୃତି ବିଭାଗ ଅଧିକାରୀ ଲଳିତ କୁମାର ମହାନ୍ତି, ଖେଳ ପ୍ରଶିକ୍ଷକ ଶୁରେଶ ନାୟକ, ମେଘବର୍ଣ୍ଣ ସ୍ୱାଇଁ, ନର୍ସିଂର ସୁନିଆ ନିଶଙ୍କ ଯୋଗଦାନ କରି ବିଦ୍ୟାର୍ଥୀମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେଉଥିଲେ । ପିଲାଙ୍କ ଠାରୁ ବୟସ୍କ ଯାଏଁ ସଭିଏଁ ଯୋଗ କରିଥାନ୍ତି । କାରଣ ଯୋଗ ଦ୍ୱାରା ଜଣେ ମଣିଷ ଚାପମୁକ୍ତ ରହିବା ସହ ଏକାଗ୍ରତା ଓ ସ୍ଥିରତା ଆସିଥାଏ।