ଭୁବନେଶ୍ୱର, ୨୪/୦୬: ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟିଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ସରକାରଙ୍କ ଦ୍ୱାରା ଏକ ବର୍ଷ ମଧ୍ୟରେ ସଫଳତା ଓଡ଼ିଶାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ।
ଏ ନେଇ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, “ଆଜି ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ ଅବସରରେ ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାରଙ୍କ ରୋଡ଼ମ୍ୟାପ୍ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଲି।”