ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଜେଡ଼ିର ଆନ୍ଦୋଳନ

ଛାତ୍ରୀ ଓ ମହିଳା ସୁରକ୍ଷା ପାଇଁ ଯୁବ ଛାତ୍ର ଆନ୍ଦୋଳନ ସଫଳ ହେଲା: ବିଜେଡି

ଭୁବନେଶ୍ୱର, ୨୫/୦୬: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାରୁ ଛାତ୍ରୀ ଓ ମହିଳାମାନେ ନିଜ ସୁରକ୍ଷିତ ମଣୁନାହାଁନ୍ତି । ଆଜି ଜଣେ ମହିଳା ଦିନ ଦ୍ୱିପ୍ରହରରେ ରାଜ୍ୟର କୌଣସି ସ୍ଥାନକୁ ନିର୍ଭୟରେ ଯିବାକୁ ଭୟ କରୁଛି । ଏ ସରକାର ଆସିବାର ଏକ ବର୍ଷ ମଧ୍ୟରେ ୩୦୫୪ରୁ ଉର୍ଦ୍ଧ୍ୱ ନାରୀ ନିର୍ଯାତନା ମାମଲା ରୁଜୁ ହେବା ଓ ପ୍ରତିଦିନ ୧୫ଜଣ ମହିଳା ଧର୍ଷଣ ଶୀକାର ହେବା ବିରୋଧରେ ଆଜି ବିଜୁ ଜନତା ଦଳ ତରଫରୁ ଡାକରା ଦିଆଯାଇଥିବା ଆନ୍ଦୋଳନକୁ ସମସ୍ତ କ୍ୟାମ୍ପସର ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନଙ୍କ ସମର୍ଥନ ଓ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲାର କର୍ମକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମରେ ଆନ୍ଦୋଳନ ସଫଳ ହୋଇଥିବାରୁ ସମସ୍ତଙ୍କୁ ରାଜ୍ୟ ଯୁବ ବିଜୁ ଜନତା ଦଳ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଓ ରାଜ୍ୟ ଛାତ୍ର ବିଜୁ ଜନତା ଦଳର ସଭାପତି ଶ୍ରୀ ଦେବୀ ରଂଜନ ତ୍ରିପାଠୀ ଧନ୍ୟବାଦ ଜଣାଇଛନ୍ତି ।