ମହାପ୍ରଭୁଙ୍କୁ ନୃତ୍ୟରେ ମନ ମୋହିଲେ ଡକ୍ଟର ଚିତ୍ତରଞ୍ଜନ
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦିବ୍ୟପହଣ୍ଡିରେ ନୃତ୍ୟସେବାରେ ନିମଗ୍ନ
ପୁରୀ, ୨୭/୦୬: ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପବିତ୍ର ଘୋଷଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦିବ୍ୟପହଣ୍ଡିରେ ନୃତ୍ୟସେବାରେ ନିମଗ୍ନ ଅନ୍ତଃରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡିଆ ଭାଷା ସାହିତ୍ୟର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ସାହାଣୀ। ଦୀର୍ଘ ତିନିଦଶନ୍ଧିରୁ ଉର୍ଦ୍ଧ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ନୀଳାଦ୍ରିବିଜେ, ଝୁଲଣ ଯାତ୍ରା, ଦୋଳ ଯାତ୍ରା ମହାପ୍ରଭୁଙ୍କ ବିବାହ ଗୁଆଳି ଏବଂ ଦୁଇ ଥର ମହାପ୍ରଭୁଙ୍କ ନବକଳେବରରେ ନୃତ୍ୟସେବା ଯୋଗାଇ ଦେଇ ଆସୁଛନ୍ତି। ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ଦେଶ ବିଦେଶରେ ଓଡ଼ିଆ ଛାନ୍ଦ ଚୌପଦୀରେ ଓଡିଶୀ ନୃତ୍ୟ ପରିବେଷଣ କରି ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡିଶୀନୃତ୍ୟ ପରିବେଷଣ କରି ଯୁବବର୍ଗଙ୍କୁ ଶାସ୍ତ୍ରୀୟ ନୃତ୍ୟ ପ୍ରତି ପ୍ରଚାର ପ୍ରସାର କରି ଆସୁଛନ୍ତି।