ଶରଧାବାଲିରେ ଅଘଟଣକୁ ନେଇ ନବୀନଙ୍କ କ୍ଷୋଭ

ଭକ୍ତଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଉତ୍ସବ ସୁନିଶ୍ଚିତ କରିବାରେ ସରକାର ବିଫଳ

ପୁରୀ, ୨୯/୦୬: ପୁରୀ ଶରଧାବାଲିରେ ଘଟିଥିବା ଅଘଟଣରେ ତିନି ଜଣଙ୍କ ମୃତ୍ୟୁ ହେବା ପରେ ଏହି ଅଘଟଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ନବୀନ ଏକ୍ସରେ କହିଛନ୍ତି, “ଶରଧାବାଲିରେ ଘଟିଥିବା ଦଳାଚକଟାରେ ପ୍ରାଣ ହରାଇଥିବା ତିନି ଜଣ ଭକ୍ତଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି ଏବଂ ଏହି ଘଟଣାରେ ଆହତ ଭକ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ରଥଯାତ୍ରା ସମୟରେ ଭିଡ଼ ପରିଚାଳନାର ବିଫଳତା ଏବଂ ଶହ ଶହ ଆହତଙ୍କ ମୃତ୍ୟୁ ପରେ ଆଜିର ଦଳାଚକଟା, ଭକ୍ତଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ଉତ୍ସବ ସୁନିଶ୍ଚିତ କରିବାରେ ସରକାରଙ୍କ ସ୍ପଷ୍ଟ ଅକ୍ଷମତାକୁ ପ୍ରକାଶ କରୁଛି। ପ୍ରତ୍ୟକ୍ଷଦର୍ଶୀମାନେ ରିପୋର୍ଟ କରିଛନ୍ତି ଯେ ଏହି ଭୟଙ୍କର ଦୁର୍ଘଟଣାର ଭକ୍ତମାନେ ପ୍ରତିକ୍ରିୟା ଦେଇଥିଲେ ଯେ, ପରିଚାଳନା ଠିକ୍ ଭାବରେ ହୋଇଥିଲା। ରଥଯାତ୍ରା ଦିନ ନନ୍ଦିଘୋଷ ରଥ ଟାଣିବାରେ ଅତ୍ୟଧିକ ବିଳମ୍ବକୁ ମହାପ୍ରଭୁଙ୍କ ଇଚ୍ଛା ବୋଲି କୁହାଯାଇଥିଲା, ଏହା ଏକ ବାହାନା ଯାହା ପ୍ରଶାସନର ସମ୍ପୂର୍ଣ୍ଣ ଦାୟିତ୍ୱହୀନତାକୁ ଘୋଡାଗଲା। ଆମେ ସରକାର ଓ ପ୍ରଶାସନକୁ ଦୋଷାରୋପ କରିବାକୁ ଚାହୁଁନାହୁଁ। କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ସେଥିପାଇଁ ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ’କରି ରହି ହେଉନାହିଁ। ଆଡ଼ପ ବିଜେ, ବାହୁଡା, ସୁନାବେଶ ପାଇଁ ସଂଶୋଧନମୂଳକ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ନବୀନ।

ସୂଚନାଯୋଗ୍ୟ, ଆଜି ଭୋର୍ ୪ଟା ୨୦ମିନିଟ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଦଳାଚକଟା ହେବାରୁ ଦୁଇ ମହିଳା ସମେତ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ଏକ ଚାରମାଳ ଟ୍ରକ ଭିଡ଼ ମଧ୍ୟକୁ ପଶି ଯିବାରୁ ଠେଲାପେଲା ପରିସ୍ଥିତି ଉପୁଜିଥିଲା।