ମାତ୍ର ୨୪ ବୟସରେ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ
ଜାଣନ୍ତୁ ତାଙ୍କ ବିଷୟରେ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ
ଆଜିର ତାରିଖ ୦୩ ଜୁଲାଇ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ହଂସ ମେହେଟ୍ଟା (୩ ଜୁଲାଇ ୧୮୯୭ – ୪ ଏପ୍ରିଲ ୧୯୯୫), ଜଣେ ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ ଏବଂ ଶିକ୍ଷାବିତ୍। ତାଙ୍କ ପିତା ମନୁଭାଇ ମେହେଟ୍ଟା ବରୋଦା ଏବଂ ବିକାନେର ଗଡ଼ଜାତ ରାଜ୍ୟଗୁଡ଼ିକର ଦିୱାନ ଥିଲେ। ଭାରତର ସମ୍ବିଧାନକୁ ରୂପ ଦେଇଥିବା କମିଟିରେ ଯେଉଁ ୧୫ ଜଣ ମହିଳା ଥିଲେ, ହଂସ ମେହେଟ୍ଟା ସେମାନଙ୍କ ମଧ୍ୟରୁ ଜଣେ ଥିଲେ।
୨. ଏସ.ଭି. ରଙ୍ଗା ରାଓ (୩ ଜୁଲାଇ ୧୯୧୮ – ୧୮ ଜୁଲାଇ ୧୯୭୪), ଜଣେ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ। ତାଙ୍କର ‘ମାୟା ବଜାର’ (୧୯୫୭) ଫିଲ୍ମକୁ CNN-ଇଣ୍ଡିଆ ପୋଲ ଦ୍ୱାରା “ସର୍ବକାଳୀନ ସର୍ବଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର” ଭାବରେ ବିବେଚନା କରାଯାଏ।
୩. ଆଦୂର ଗୋପାଳକୃଷ୍ଣନ, ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ସ୍କ୍ରିପ୍ଟ ଲେଖକ ଏବଂ ପ୍ରଯୋଜକ ଏବଂ ଜଣେ ଚଳଚ୍ଚିତ୍ର ନିର୍ମାତା। ଭାରତୀୟ ସିନେମାରେ ତାଙ୍କର ମୂଲ୍ୟବାନ ଅବଦାନ ପାଇଁ ସେ ପଦ୍ମ ବିଭୂଷଣ (୨୦୦୬), ପଦ୍ମଶ୍ରୀ (୧୯୮୪), ଏବଂ ଦାଦା ସାହେବ ଫାଲକେ ପୁରସ୍କାର (୨୦୦୪) ସମେତ ଅନେକ ପୁରସ୍କାର ପାଇଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ରାଜ କୁମାର (୮ ଅକ୍ଟୋବର ୧୯୨୬ – ୩ ଜୁଲାଇ ୧୯୯୬), ଜଣେ ଚଳଚ୍ଚିତ୍ର ଅଭିନେତା। ସେ ୧୯୫୭ ମସିହାରେ ଅସ୍କାର-ନୋମିନେଟେଡ୍ ଚଳଚ୍ଚିତ୍ର ମଦର ଇଣ୍ଡିଆରେ ଅଭିନୟ କରିଥିଲେ ଏବଂ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିୟରରେ ୭୦ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
୨. କ୍ୟାପଟେନ୍ ମନୋଜ କୁମାର ପାଣ୍ଡେ (୨୫ ଜୁନ୍ ୧୯୭୫ – ୩ ଜୁଲାଇ ୧୯୯୯) ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ। ତିଙ୍କୁ ୧୯୯୯ ମସିହାରେ କାର୍ଗିଲ୍ ଯୁଦ୍ଧ ସମୟରେ ତାଙ୍କ ସାହସ ଏବଂ ନେତୃତ୍ୱ ପାଇଁ ମରଣୋତ୍ତର ଭାବରେ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ, ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା। ଏହି ଯୁଦ୍ଧର ଏକ କଷ୍ଟକର ମୋର୍ଚ୍ଚା ଥିଲା ଖାଲୁବର, ଯାହାକୁ କ୍ୟାପଟେନ୍ ମନୋଜ କୁମାର ପାଣ୍ଡେ, ତାଙ୍କର 1/11 ଗୋର୍ଖା ରାଇଫଲ୍ସର ନେତୃତ୍ୱ ନେଇ ଶତ୍ରୁ ବିରୁଦ୍ଧରେ ଲଢ଼ିଥିଲେ। ଯଦିଓ, ଏହି ପ୍ରୟାସରେ ତାଙ୍କୁ ନିଜ ଜୀବନକୁ ବଳିଦାନ ଦେବାକୁ ପଡିଥିଲା। ତାଙ୍କର ମୃତ୍ୟୁ ୩ ଜୁଲାଇ ୧୯୯୯ ରେ ମାତ୍ର ୨୪ ବର୍ଷ ବୟସରେ ରେ ଲଦାଖର କାରଗିଲର ବାଟାଲିକ୍ ସେକ୍ଟରର ଖାଲୁବରର ବଙ୍କର୍ ରିଜ୍ ରେ ହୋଇଥିଲା।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୬୬୧ – ପର୍ତ୍ତୁଗାଲ ଇଂଲଣ୍ଡର ରାଜା ଚାର୍ଲ୍ସ ଦ୍ୱିତୀୟଙ୍କୁ ବମ୍ବେ ଏବଂ ତାଞ୍ଜୋର ଦେଇଥିଲେ।
୧୭୪୬ – ମୋଗଲ ସମ୍ରାଟଙ୍କ ନିର୍ଦ୍ଦେଶରେ ବାବା ବନ୍ଦା ସିଂହ ବାହାଦୁରଙ୍କୁ ଫାଶୀ ଦିଆଯାଇଥିଲା। ସେ ୧୭୧୦ରେ ମୋଗଲମାନଙ୍କୁ ପରାସ୍ତ କରିଥିଲେ।
୧୭୬୦ – ଏହି ଦିନରେ ମରାଠା ସେନା ଦିଲ୍ଲୀ ଦଖଲ କରିଥିଲେ।
୧୮୭୯ – ସ୍ୱାଧୀନତା ସଂଗ୍ରାମୀ ବାସୁଦେବ ବଳବନ୍ତ ଫଡକେଙ୍କୁ ଗିରଫ କରାଯାଇଥିଲା।
୧୮୮୬ – ନ୍ୟୁୟର୍କ ଟ୍ରିବ୍ୟୁନ୍ ପ୍ରିଣ୍ଟିଂ ମେସିନ୍ ବ୍ୟବହାର କରୁଥିବା ପ୍ରଥମ ଖବରକାଗଜ ହୋଇଥିଲା।
୧୯୦୮ – ବାଲ୍ ଗଙ୍ଗାଧର ତିଲକଙ୍କୁ ରାଜଦ୍ରୋହ ଅଭିଯୋଗରେ ବ୍ରିଟିଶ ସରକାର ଗିରଫ କରିଥିଲେ।
୧୯୨୮ – ଲଣ୍ଡନରେ ପ୍ରଥମ ରଙ୍ଗୀନ ଟିଭି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା।
୧୯୬୨ – ଫରାସୀ ରାଷ୍ଟ୍ରପତି ଆଲଜେରିଆର ସ୍ୱାଧୀନତା ଘୋଷଣା କରିଥିଲେ।
୧୯୭୨ – ଭାରତ-ପାକିସ୍ତାନ ଯୁଦ୍ଧ ପରେ ସିମଲା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୯୭୯ – କୋଲକାତାର ଦ୍ୱିତୀୟ ହାଓଡ଼ା ସେତୁ ଭାବରେ ଜଣାଶୁଣା ବିଦ୍ୟାସାଗର ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
୨୦୦୪ – ରୁଷିଆର ମାରିଆ ସାରାପୋଭା ମହିଳା ୱିମ୍ବଲଡନ ଚାମ୍ପିଅନ ହୋଇଥିଲେ।
୨୦୧୭ – ଅଚଳ କୁମାର ଜ୍ୟୋତିଙ୍କୁ ଭାରତର ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଥିଲା।