ଭୁବନେଶ୍ୱର, ୦୪/୦୭: ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣାରେ ବିଜେପି ନେତା ରତ୍ନାକର ସାହୁ ଗିରଫ ହେବା ପରେ ଆନ୍ଦୋଳନରୁ ହଟିଛି ଓଏଏସ ସଂଘ। ଏ ନେଇ ଓଏଏସ ସଂଘର ସଭାପତି ଜ୍ୟୋତିରଞ୍ଜନ ମିଶ୍ର ଆଜିଠୁ ଓଏଏସ ଅଫିସର ମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ଘୋଷଣା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କିଛି ଯୁବକ କାର୍ଯ୍ୟରତ ଥିବା ସମୟରେ ତାଙ୍କୁ ମାଡ ମାରିଥିଲେ। ଏଥିରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଓଏଏସ ସଂଘ ମୁଖ୍ୟ ଅଭିଯୁକ୍ତ ଜଗା ପ୍ରଧାନଙ୍କ ଗିରଫ ଦାବିରେ ୩ ଦିନ ଧରି ଆନ୍ଦୋଳନରେ ବସିଥିଲା। ଯେପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରାଯାଇଛି, ସେପର୍ଯ୍ୟନ୍ତ କାମ କରାଯିବ ନାହିଁ ବୋଲି ଅଡ଼ି ବସିଥିଲା। ଏ ନେଇ ଓଏଏସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ମଧ୍ୟ ଦିଆଯାଇଥିଲା।