ଆଜିର ତାରିଖ ୦୪ ଜୁଲାଇ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଆଲୁରି ସୀତାରାମ ରାଜୁ (୪ ଜୁଲାଇ ୧୮୯୭ – ୭ ମଇ ୧୯୨୪), ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ବିପ୍ଳବୀ। ସେ ୧୮ ବର୍ଷ ବୟସରେ ସନ୍ନ୍ୟାସୀ ହୋଇଯାଇଥିଲେ। ସେ ଆଦିବାସୀମାନଙ୍କୁ ମଦ୍ୟପାନ ଛାଡିବା ଏବଂ ପଞ୍ଚାୟତରେ ସେମାନଙ୍କ ବିବାଦ ସମାଧାନ କରିବାକୁ ପରାମର୍ଶ ଦେଉଥିଲେ।
୨. ଗୁଲଜାରିଲାଲ ନନ୍ଦ (୪ ଜୁଲାଇ ୧୮୯୮ – ୧୫ ଜାନୁଆରୀ ୧୯୯୮), ଏକମାତ୍ର କାମଚଳା ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। କଂଗ୍ରେସ ଦଳ ପ୍ରତି ଉତ୍ସର୍ଗୀକୃତ, ଗୁଲଜାରିଲାଲ ନନ୍ଦଙ୍କୁ ୧୯୬୪ ମସିହାରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ପରେ ପ୍ରଥମେ ପ୍ରଧାନମନ୍ତ୍ରୀ କରାଯାଇଥିଲା। ୧୯୬୬ ମସିହାରେ ଦ୍ୱିତୀୟ ଥର ପାଇଁ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। କଂଗ୍ରେସ ଦଳ ଏହାର ନୂତନ ନେତା ଚୟନ ନକରିବା ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଉଭୟ ସମୟରେ ସମାନ ଥିଲା।
୩. ନସୀମ ବାନୋ (୪ ଜୁଲାଇ ୧୯୧୬ – ୧୮ ଜୁନ୍ ୨୦୦୨), ଚାଳିଶ ଦଶକର ହିନ୍ଦୀ ଚଳଚ୍ଚିତ୍ରର ଜଣେ ପ୍ରମୁଖ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ – ୪ ଜୁଲାଇ ୧୯୦୨)ଙ୍କ ମୂଳ ନାମ ଥିଲା ‘ନରେନ୍ଦ୍ରନାଥ ଦତ୍ତ’, ଯିଏ ପରେ ସ୍ୱାମୀ ବିବେକାନନ୍ଦ ଭାବରେ ପ୍ରସିଦ୍ଧ ହୋଇଥିଲେ। ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ। ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚିଥିଲେ। ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ। ଭାରତରେ, ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଏ। ତାଙ୍କର ମୃତ୍ୟୁ ୪ ଜୁଲାଇ ୧୯୦୨ ରେ ବ୍ରିଟିଶ ଭାରତ (ବର୍ତ୍ତମାନର ପଶ୍ଚିମ ବଙ୍ଗ) ର ବେଲୁର ମଠରେ ହୋଇଥିଲା।
୨. ପିଙ୍ଗାଲି ଭେଙ୍କେୟା (୨ ଅଗଷ୍ଟ ୧୮୭୬ – ୪ ଜୁଲାଇ ୧୯୬୩), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ। ସେ ମହାତ୍ମା ଗାନ୍ଧୀଙ୍କ ଜଣେ ଅନୁଗାମୀ ଏବଂ ଭାରତର ‘ତିରଙ୍ଗା’ ଜାତୀୟ ପତାକାର ଡିଜାଇନର ଥିଲେ। ସେ ଜଣେ କୃଷି ବୈଜ୍ଞାନିକ ମଧ୍ୟ ଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୬୯୮ – ବ୍ରିଟେନର ଥମାସ ସାଭେରୀ ପ୍ରଥମ ବାଣିଜ୍ୟିକ ବାଷ୍ପ ଇଞ୍ଜିନର ପେଟେଣ୍ଟ ପାଇଲେ।
୧୭୫୧ – ସ୍ୱିଡିସ୍ ରସାୟନବିଦ ଏବଂ ଖଣି ବିଶେଷଜ୍ଞ ଫ୍ରେଡ୍ରିଚ୍ କ୍ରୋନଷ୍ଟଲର ନିକେଲ ଚିହ୍ନଟ କରିବାରେ ସଫଳ ହେଲେ।
୧୭୬୦ – ଗଣ୍ଡକ ନଦୀ କୂଳରେ ବଜ୍ରପାତ ଯୋଗୁଁ ମୀର ଜାଫରଙ୍କ ପୁଅ ମିରାନଙ୍କ ମୃତ୍ୟୁ ହୋଇଥିଲା।
୧୭୭୬ – ଆମେରିକାର ୧୩ ଟି ରାଜ୍ୟର ପ୍ରତିନିଧିମାନେ ଏହି ଦିନ ଫିଲାଡେଲଫିଆ ସହରରେ ଏହି ଦେଶର ସ୍ୱାଧୀନତା ଘୋଷଣାପତ୍ରରେ ସ୍ୱାକ୍ଷର କରିଥିଲେ। ସେଥିପାଇଁ ଏହି ଦିନଟିକୁ ଆମେରିକାର ସ୍ୱାଧୀନତା ଭାବରେ ଜଣାଶୁଣା।
୧୭୮୯ – ଇଷ୍ଟ ଇଣ୍ଡିଆ କମ୍ପାନୀ ଟିପୁ ସୁଲତାନଙ୍କ ବିରୁଦ୍ଧରେ ପେଶ୍ୱା ଏବଂ ନିଜାମଙ୍କ ସହିତ ଏକ ଚୁକ୍ତି କରିଥିଲା।
୧୮୬୫ – ପ୍ରସିଦ୍ଧ ଇଂରାଜୀ ଉପନ୍ୟାସ ଆଲିସ୍ ଇନ୍ ୱାଣ୍ଡରଲ୍ୟାଣ୍ଡ ପ୍ରକାଶିତ ହୋଇଥିଲା।
୧୮୭୯ – ସ୍ୱାଧୀନତା ସଂଗ୍ରାମୀ ବାସୁଦେବ ବଳବନ୍ତ ଫାଡକେଙ୍କୁ ଗିରଫ କରାଯାଇଥିଲା।
୧୮୮୬ – ନ୍ୟୁୟର୍କ ଟ୍ରିବ୍ୟୁନ୍ ପ୍ରିଣ୍ଟିଂ ମେସିନ୍ ବ୍ୟବହାର କରୁଥିବା ପ୍ରଥମ ଖବରକାଗଜ ହୋଇଥିଲା।
୧୯୩୪ – ଲିଓ ଗିଲାର୍ଡ ପରମାଣୁ ବୋମାର ଶୃଙ୍ଖଳ ପ୍ରତିକ୍ରିୟା ପେଟେଣ୍ଟ କରିଥିଲେ।
୧୯୪୬ – ଫିଲିପାଇନ୍ସ ଦ୍ୱୀପପୁଞ୍ଜ ଆମେରିକାରୁ ସ୍ୱାଧୀନତା ଲାଭ କରିଥିଲା।