ସୁନ୍ଦରଗଡ, ୦୪/୦୭: ସୁନ୍ଦରଗଡ ଜିଲ୍ଲାର କୋଇଡା ଥାନା ଅର୍ନ୍ତଗତ ଏରିଅନ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଶ୍ରମିକଙ୍କୁ ନେଇ କମଣ୍ଡ ପ୍ଲାଣ୍ଟକୁ ଏକ ଭ୍ୟାନଟି ଯାଉଥିବା ବେଳେ ଏରିଅନ ଛକ ନିକଟରେ ଧକ୍କା ଦେଇଥିଲା ହାଇୱା। ହାଇୱା ସହ ଧକ୍କା ହେବା ପରେ ଭ୍ୟାନଟି ଓଲଟି ପଡିଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଗୁରୁତରଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ସହ ହାଇୱା ଡ୍ରାଇଭରକୁ ଅଟକ ରଖି ପଚରାଉଚୁରା କରୁଛି। ତଦନ୍ତ ଆରମ୍ଭ ହୋଇଛି।