ବରିଷ୍ଠ ନେତା ତଥା ଅବିଭକ୍ତ କଟକ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ମହାନ୍ତିଙ୍କ ପରଲୋକରେ ରାଜ୍ୟ ବିଜେପିର ଶୋକ

ଅବିଭକ୍ତ କଟକ ଜିଲ୍ଲାରେ ଦଳର ସଙ୍ଗଠନକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସଂଗ୍ରାମ ଭାଇ: ମନମୋହନ ସାମଲ

ଭୁବନେଶ୍ୱର, ୦୬/୦୭: ବରିଷ୍ଠ ନେତା ତଥା ଅବିଭକ୍ତ କଟକ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସଂଗ୍ରାମ କେଶରୀ ମହାନ୍ତିଙ୍କ ଆଜି ନିଜ ପୈତୃକ ଗ୍ରାମ ଜଗତସିଂହପୁରରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକବ୍ୟକ୍ତ କରାଯାଇଛି ।

ସ୍ୱର୍ଗତଃ ମହାନ୍ତି ୮୦ ଦଶକରେ ଦଳର କାର୍ଯ୍ୟବିସ୍ତାରରେ ଗୁରୁତ୍ୱର୍ପୂ ଭୁମିକା ନିର୍ବାହ କରିଥିଲେ । ବିଶେଷ ଭାବେ ଅବିଭକ୍ତ କଟକ ଜିଲ୍ଲାରେ ଦଳକୁ ତୃଣମୂଳସ୍ତରରେ ମଜ୍‌ଭୁତ କରିବାରେ ସ୍ୱର୍ଗତଃ ମହାନ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସଙ୍ଗଠନକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇରହିବ । ତାଙ୍କ ତ୍ୟାଗ ଓ ଉର୍ଗୀକୃତ ମନୋଭାବ କାର୍ଯ୍ୟକର୍ତାଙ୍କୁ ପ୍ରେରଣା ଯୋଗାଇବ । ତାଙ୍କ ବିୟୋଗରେ ରାଜ୍ୟ ତଥା ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ସ୍ୱର୍ଗତଃ ମହାନ୍ତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି