ବନ୍ୟାରେ ପ୍ରଭାବିତ ଗାଁ ପରିଦର୍ଶନ କଲେ ପୂର୍ବତନ ବିଧାୟିକା ଦୀପାଲି ଦାସ
ପ୍ରଭାବିତ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଲେ
ଝାରସୁଗୁଡା, ୦୭/୦୭ (ଦର୍ଶନ ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଇକେରା ବ୍ଳକ ବାବୁଛିପିଡିହି, ଗ୍ରାମବାସୀମାନେ ପ୍ରବଳ ବର୍ଷା ପ୍ରଭାବରେ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ବେଳେ ସେମାନଙ୍କୁ ସାକ୍ଷାତ କରି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିଛନ୍ତି ପୂର୍ବତନ ବିଧାୟିକା ଦିପାଳି ଦାସ । ସେହିପରି ପ୍ରବଳ ବର୍ଷା ପ୍ରଭାବରେ ଘର ଭାଙ୍ଗି ଯିବା କାରଣରୁ ବାସଚ୍ୟୁତ ହୋଇଥିବା ଭାତଲଇଡ଼ା ଗ୍ରାମପଞ୍ଚାୟତର ଟିଠେଇମାଲର ଗ୍ରାମବାସୀଙ୍କୁ ଭେଟି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିଛନ୍ତି । ରେଙ୍ଗାଲବେଡ଼ାଠାରେ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଭେଟି ପରିସ୍ଥିତି ବିଷୟରେ ସେମାନଙ୍କ ସହିତ ଆଲୋଚନା କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ବର୍ଷା ପ୍ରଭାବିତ ଅଞ୍ଚଳ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ସ୍ଥାନୀୟ ଅଧିବାସୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆଶୁ ସମାଧାନ ପାଇଁ ପ୍ରୟାସ କରିବି ବୋଲି କହିଛନ୍ତି ପୂର୍ବତନ ବିଧାୟିକା ଦୀପାଲି ଦାସ ।
