ଭୁବନେଶ୍ୱର, ୦୮/୦୭: ପୂନର୍ବାର ନିର୍ଦ୍ଵନ୍ଦରେ ବିଜେପି ରାଜ୍ଯ ସଭାପତି ଶ୍ରୀମାନ ମନମୋହନ ସାମଲ ନିର୍ବାଚିତ ହୋଇଥିବାରୁ ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଶତାଧିକ ଚାଷୀ ନେତାମାନେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ବିରାଟ ଫୁଲମାଳ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ ଓ ବିପଦ ଭଂଜନ ଦାସ, ରାଜ୍ୟ ସଂପାଦକ ଶ୍ରୀ ଅଶୋକ କୁମାର ରଥ, ପ୍ରଶାନ୍ତ କୁମାର ସ୍ଵାଇଁ, ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ଶ୍ରୀ କୌଶିକ ଚାନ୍ଦ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିକ୍ରମ ରାଉତ, ଅଜୟ କୁମାର ସାମନ୍ତରାୟ, ଅଜୟ କୁମାର ପ୍ରଧାନ, ସନ୍ତୋଷ କୁମାର ବିଶ୍ବାଳ, ରାଜକିଶୋର ମେଣ୍ଡେଲି, ଅଶୋକ କୁମାର ପୃଷ୍ଟି, ମଧୂସୁଦନ ଶର୍ମା,ପାଣ୍ଡବ ଧଲ, ଉପେନ୍ଦ୍ର ରାଉଲ, ସୁବୋଧ୍ୟ ଚନ୍ଦ୍ର ପଣ୍ଡା, ଅଜୟ କୁମାର ବିଶ୍ବାଳ, ଜଗନ୍ନାଥ ପ୍ରଧାନ, ଶିବପ୍ରସାଦ ମିଶ୍ର, ସନ୍ତୋଷ କୁମାର ସ୍ୱାଇଁ, ସମୀର ବାବୁ, ସୁଶ୍ରୀ ଜୟ ଲକ୍ଷ୍ମୀ ମହାନ୍ତି, ତପନ କୁମାର ବେହେରା, ସୁରଥ କୁମାର ସେଠୀ ଅମିତା ଦାଶ, ପ୍ରମୁଖ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।