ବାଲେଶ୍ବର, ୦୯/୦୭: ବାଲେଶ୍ୱରରେ ଜଣେ ବିଧାୟକଙ୍କ ଗାଡି ଧକ୍କାରେ ଜଣେ ସ୍କୁଟି ଚାଳକ ଙ୍କ ମୃତ୍ୟୁ ଘଟିଛି। ସିମୂଳିଆ ଥାନା ଜାମୁଝାଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପଶ୍ଚିମବଙ୍ଗ ବିଧାୟକ ଗୌତମ ଚୌଧୁରୀଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସିମୂଳିଆ ମେଡିକାଲରେ ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡ଼ାକ୍ତର। ଏହି ପରେ ସିମୂଳିଆ ଥାନାରେ ବିଧାୟକ ଓ ତାଙ୍କ ପରିବାରକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।
Prev Post
Next Post