ଭୁବନେଶ୍ୱର, ୧୦/୦୭: ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସର୍ଭାଇକାଲ୍ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର ସଫଳ ହେବା ପରେ ସୁସ୍ଥ ହୋଇ ଓଡ଼ିଶା ଫେରିବାକୁ ପ୍ରସ୍ତୁତ। ଜୁଲାଇ ୧୨ରେ ଓଡ଼ିଶା ଫେରିବେ ନବୀନ। ସେ ଜୁଲାଇ ୧୨ ତାରିଖ ଦିନ ଅପରାହ୍ନ ୧.୦୦ ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ଜୁନ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ନବୀନ। ଜୁନ୍ ୨୨ ତାରିଖରେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର ହୋଇଥିଲା। ୨୫ ତାରିଖରେ ଆଇସିୟୁରୁ ରୁମକୁ ସିଫ୍ଟ ହୋଇଥିଲେ। ଏହା ପରେ ୭ ଜୁଲାଇରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ଧିରେ ଧିରେ ସୂସ୍ଥ ହୋଇଥିଲେ। ଏବେ କିଛି ଦିନ ନବୀନଙ୍କର ଫିଜିଓଥେରାପି ଚାଲିବ।