ରଣକ୍ଷେତ୍ର ଲୋୟରପିଏମଜି: ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି

ବିଜେଡ଼ି ନେତାଙ୍କ ଦେହରେ ବାଜିଲା ପୁଲିସର ରବର ଗୁଳି

ବବି, ସୁଲତା ଓ ପ୍ରୀତିରଞ୍ଜନ ଆହତ

ଭୁବନେଶ୍ୱର, ୧୭/୦୭: ରାଜଧାନୀରେ ବିଜେଡ଼ିର ରଣହୁଙ୍କାର। ରଣକ୍ଷେତ୍ର ପାଲଟିଲା ଲୋୟରପିଏମଜି। ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଛନ୍ତି। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ପାଣି ମାଡ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ତେବେ ପୋଲିସର ରବର ଗୁଳି ବାଜି ବିଜେଡ଼ି ନେତା ପ୍ରୀତି ରଞ୍ଜନ ଘଡେଇ ଆହତ ହୋଇଛନ୍ତି। ଅନ୍ୟପଟେ ବବି ଦାସ ଓ ସାଂସଦ ସୁଲତାନ ଦେଓ ମଧ୍ୟ ରବଳ ଗୁଳି ବାଜି ଆହତ ହୋଇଛନ୍ତି। ପ୍ରୀତିରଞ୍ଜନ ଘଡାଇ କ୍ୟାପିଟାଲ ହସ୍ପିଟାଲରେ ଓ ବବି ଦାସ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱରରେ ୨୦ ବର୍ଷୀୟ ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ମୃତ୍ୟୁ ପ୍ରତିବାଦରେ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିବା ସମୟରେ ପୋଲିସ ଏବଂ ବିଜୁ ଜନତା ଦଳ କର୍ମୀଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଥିଲା। ବିଜେଡି କର୍ମୀମାନେ ଲୋକସେବା ଭବନ ଘେରାଉ କରିବାକୁ ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ, ପୋଲିସ ଭିଡ଼କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ପ୍ରତିବାଦରେ ମହିଳା କର୍ମୀଙ୍କ ସମେତ ୧୦୦ରୁ ଅଧିକ ବିଜେଡି କର୍ମୀଙ୍କୁ ଅଟକ ରଖାଯାଇଛି। ବିଜେଡି ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଦାବି କରିଆସୁଛି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବି କରିଆସୁଛି।