ଭୁବନେଶ୍ୱର, ୧୭/୦୭: ଗତ କାଲି ଆନ୍ଦୋଳନ ବେଳେ ଆହତ ହୋଇଥିବା ବିଜେଡ଼ି ନେତାମାନେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କୁ ଆଜି ହସ୍ପିଟାଲରେ ଭେଟିଛନ୍ତି ପୂର୍ବତନ ବିଜେଡ଼ି ନେତା ତଥା ପୂର୍ବତନ ୫-ଟି ସଚିବ ଭିକେ ପାଣ୍ଡିଆନ। ପ୍ରଣବ ପ୍ରକାଶ ଦାସ, ପ୍ରୀତି ରଞ୍ଜନ ଘଡେଇ ଓ ସାଂସଦ ସୁଲତାନ ଦେଓଙ୍କୁ ଭେଟିଛନ୍ତି ପାଣ୍ଡିଆନ। ଭିକେ ପାଣ୍ଡିଆନଙ୍କ ସହ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ମଧ୍ଯ ଥିଲେ। ବିଜେଡ଼ି ନେତାଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।