ଓଡ଼ିଶାରେ ଖୋଲିବ ୫ ନୂଆ ମହିଳା ଏନସିସି ବାଟାଲିଅନ

ଛାତ୍ରୀମାନଙ୍କୁ ସଶକ୍ତ କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର, ୧୭/୦୭: ଓଡ଼ିଶାରେ ଖୋଲିବାକୁ ଯାଉଛି ୫ ନୂଆ ମହିଳା ଏନସିସି ବାଟାଲିଅନ। ୫ ନୂଆ ମହିଳା ଏନସିସି ବାଟାଲିଅନ୍ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି। ଏଥିପାଇଁ ଆବଶ୍ୟକୀୟ ଭିତ୍ତଭୂମି, ମାନବସମ୍ବଳ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରହିଥିବା ସମୟସୀମା ସମ୍ବନ୍ଧରେ ତ‌ଥ୍ୟ ପ୍ରଦାନ କରିବା ପାଇଁ ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।

ରାଜ୍ୟରେ ବର୍ତ୍ତମାନ ଏନସିସି କ୍ୟାଡେଟ ସଂଖ୍ୟା ୬୩,୦୦୦ ରହିଥିବା ବେଳେ ଏହାକୁ ୯୦,୦୦୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ ମହିଳା ଏନସିସି ବାଟାଲିଅନ୍‌ର ସ୍ଥାପନ ମାଧ୍ଯମରେ ଏନସିସିରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବ। ଏଥିସହ ସହିତ କ୍ୟାଡେଟ୍‌ମାନଙ୍କର ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଉପରେ ଧ୍ୟାନ ଦିଆଯିବ। ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ନେତୃତ୍ବର ବିକାଶ ଏବଂ ଯୁବବର୍ଗଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କରାଯିବ।