ସୁଶାସନ ଅଭ୍ୟାସ ସଂପର୍କିତ ଜାତୀୟ ସମ୍ମିଳନୀ ଅଧିବେଶନ -୨

ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଓ ଜିଲ୍ଲାର ସାମଗ୍ରିକ ବିକାଶ ସମ୍ପର୍କିତ ଆଲୋଚନା

ଭୁବନେଶ୍ବର, ୧୭/୦୭: ସୁଶାସନ ଅଭ୍ୟାସ ସଂପର୍କିତ ଜାତୀୟ ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବଂ ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ ଉପରେ ଦେଶର ବିଭିନ୍ନ ଜିଲ୍ଲାରୁ ସମ୍ମିଳନୀରେ ଯୋଗଦେଇଥିବା ଜିଲ୍ଲାପାଳମାନେ ସେମାନଙ୍କର ସଫଳତା ଉପସ୍ଥାପନ କରିଥିଲେ । ଏହା କିପରି ସଂପୃକ୍ତ ବ୍ଲକଗୁଡ଼ିକର ବିକାଶ ହେବା ସଂଗେ ସଂଗେ ଜିଲ୍ଲା ତଥା ରାଜ୍ୟର ବିକାଶରେ ସହାୟକ ହୋଉପାରିଛି, ସେ ସଂପର୍କରେ ଆଲୋକପାତ କରିଥିଲେ ।

ସମ୍ମିଳନୀର ଏହି ଦ୍ବିତୀୟ ଅଧିବେଶନ, ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗର ଯୁଗ୍ମ ଶାସନ ସତିବ ଶ୍ରୀମତୀ ସରିତା ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଝାଡଖଣ୍ଡ ରାଜ୍ୟ ଷଢ଼େଇକଳା- ଖରସୁଆଁ ଜିଲ୍ଲା ଗହ୍ମାରିଆ ବ୍ଳକ ସହିତ ଜିଲ୍ଲାର ସାମଗ୍ରିକ ବିକାଶ ସଂପର୍କରେ ଜିଲ୍ଲାପାଳ ଶ୍ରୀ ରବି ଶଙ୍କର ଶୁକ୍ଳା ଉପସ୍ଥାପନ କରିଥିବା ବେଳେ କେଉଳ ରାଜ୍ୟ କସରଗଡ ଜିଲ୍ଲା ପାରାପ୍ପା ବ୍ଲକର ବିକାଶ ସହିତ ଜିଲ୍ଲାର ବିକାଶରେ ଉଲ୍ଲେଖନୀୟ ଯୋଗଦାନ ସଂପର୍କରେ ଜିଲ୍ଲାପାଳ ଶ୍ରୀ ଇମ୍ବାଶେକର କାଲିମୁଥୁ, ତେଲେଙ୍ଗାନା ରାଜ୍ୟ ଆଦିଲାବାଦ ଜିଲ୍ଲା ଅନ୍ତର୍ଗତ ନାରନୁର ବ୍ଲକରେ ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ଶ୍ରୀ ଶ୍ରୀ ରାଜର୍ଷି ଶାହ ଏବଂ ତ୍ରିପୁରା ଗଙ୍ଗନଗର ବ୍ଲକରେ ଉଲ୍ଲେଖନୀୟ ବିକାଶ ସଂପର୍କରେ ଜିଲ୍ଲାପାଳ ଶ୍ରୀ ବାହୀଦ୍ ଏ. ଏ. ଆଲୋକପାତ କରିଥିଲେ ।

ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାରେ ଗୋଷ୍ଠୀ ସମ୍ପ୍ରଦାୟ-ନେତୃତ୍ୱାଧୀନ ଏବଂ ଅନୁର୍ଭୁକ୍ତିକରଣ ପଦକ୍ଷେପ ମାଧ୍ୟମରେ ସ୍ବାସ୍ଥ୍ୟସେବାରେ ପରିବର୍ତ୍ତନ ଅଣାଯାଇପାରିଛି । ସରକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଭିତ୍ତିଭୂମିର ସୁଦୃଢୀକରଣ ଏବଂ ଆଦିବାସୀମାନଙ୍କ ସ୍ବାସ୍ଥ୍ୟ ପାଇଁ ସରକାରୀ ପଦକ୍ଷେପକୁ ଲକ୍ଷ୍ୟଭିତ୍ତିକ କରାଯାଇପାରିଛି । ସେହିପରି, ତ୍ରିପୁରାରେ ସ୍ଥାନୀୟ ନେତୃବୃନ୍ଦଙ୍କ ସକ୍ରିୟ ଅଂଶଗ୍ରହଣ ରାଜ୍ୟବ୍ୟାପୀ ସାମାଜିକ ବିକାଶ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ବିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟ ଏବଂ କେନ୍ଦ୍ରର ସାମଗ୍ରିକ ପ୍ରୟାସରେ ସ୍ଥାନୀୟ ବିକାଶ ପୂର୍ବକ ଦେଶର ବିକାଶ କରିବା ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ସଫଳତା ଉପସ୍ଥାପନ, ଦେଶର ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଜିଲ୍ଲାରୁ ଯୋଗଦେଇଥିବା ପ୍ରଶାସନିକ ଅଧିକାରୀମାନଙ୍କ ଉଦାହରଣ ସୃଷ୍ଟି କରିବା ସହିତ ଆଗାମୀ ଦିନରେ ଅଭିନବତ୍ୱର ସହ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଛି।