ଏଫଏମ ଛାତ୍ରୀ ମୃତ୍ୟୁ: ବଡ଼ ଆନ୍ଦୋଳନ ପ୍ରସ୍ତୁତିରେ ବିଜେଡ଼ି

ଏକାଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବ କଂଗ୍ରେସ

ଭୁବନେଶ୍ୱର, ୧୮/୦୭: ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାକୁ ନେଇ ବିଜୁ ଜନତା ଦଳ ଜୁଲାଇ ୨୧ରେ ସମସ୍ତ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି) କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଦଳ ଘୋଷଣା କରିଛି। ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋଭ କରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି।

ଅନ୍ୟପଟେ କଂଗ୍ରେସ ଏଫ୍‌ଏମ୍‌ ଛାତ୍ରୀଙ୍କ ଏକାଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି। କଂଗ୍ରେସ ଓ ବାମ ଦଳ ସମେତ ୮ଟି ଦଳ ପାଳିବ ବୋଲି ସୂଚନା ଦେଇଛନ୍ତି ଭକ୍ତ। ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ୍‌ ନୀରବ ପ୍ରାର୍ଥନା ପାଇଁ ଭକ୍ତ ଦାସ ଅନୁରୋଧ କରିଛନ୍ତି।