ଅନୁଗୁଳ, ୧୮/୦୭: ଜଣେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଦେବା ଅଭିଯୋଗରେ ଅନୁଗୁଳ ଜିଲ୍ଲାର ଜଣେ ଯୁବ ନେତା ଗିରଫ ହୋଇଛନ୍ତି। ଅନୁଗୁଳର ପୂର୍ବତନ ଜିଲ୍ଲା ବିଜେପି ସଭାପତି ସୁଦୀପ୍ତ ସ୍ୱାଇଁଙ୍କୁ ଗିରଫ କରିଛି ବନ୍ତଳା ପୋଲିସ।
ରିପୋର୍ଟ ଅନୁଯାୟୀ, ଯୁବତୀ ଅଭିଯୋଗ କରିଥିଲେ ଯେ ସୁଦୀପ୍ତ ତାଙ୍କୁ ଦୀର୍ଘ ଦିନ ଧରି ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ଏପରିକି ଯୁବତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଭୟଭୀତ କରୁଥିଲେ। ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ, ପୋଲିସ ତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି। ଗତ କାଲି ତାଙ୍କୁ ଖୋଜାଖୋଜି ପରେ ମିଳିନଥିଲେ। ଆଜି ତାଙ୍କୁ ଗିରଫ କରାଯାଇଛି।