ଆକାଶରୁ ଖସିଲା ମୃତ୍ୟୁ

ବଜ୍ରାଘାତରେ ଗଲା ଜୀବନ, ଏକାଧିକ ଗୁରୁତର

ସମ୍ବଲପୁର, ୧୮/୦୭: ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା ସୀମା ଅନ୍ତର୍ଗତ ସହଜବାହାଲ ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଖିରି ସାହାନେତ (୫୫), କୁନ୍ତି ଷଣ୍ଢ (୫୪) ଏବଂ ଆରତୀ ବାଗ (୪୪) ସହଜବାହାଲ ଗ୍ରାମକୁ ଧାନ ଚାରା ଲଗାଇବା ପାଇଁ ନିଜ କ୍ଷେତକୁ ଯାଇଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା। ଏଥିରେ ତିନିଜଣ ଅଚେତ ହୋଇଯାଇଥିଲେ। ଖବର ପାଇ ଜଣେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳକୁ ଯାଇ ଆହତ ତିନି ମହିଳାଙ୍କୁ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଖିରି ସାହାନେତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ମହିଳା, କୁନ୍ତି ଷଣ୍ଢ ଏବଂ ଆରତୀ ବାଗ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।