ଇଞ୍ଜିନିୟରିଂ କଲେଜରେ ଅଗ୍ନିକାଣ୍ଡ

ଜଣେ ଆହତ

ଭୁବନେଶ୍ୱର, ୧୮/୦୭: ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଘଟିବା ସମୟରେ ୧୦୦ରୁ ଅଧିକ ଛାତ୍ର ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ ସୁରକ୍ଷିତ ଭାବେ ବାହାରି କରାଯାଇଥିଲା। ତେବେ ଜଣେ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଏସି କମ୍ପ୍ରେସରରୁ ଅଡିଟୋରିୟମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।