ବଳଙ୍ଗା ଘଟଣା: ବଳଙ୍ଗାର ଏପରି ଘୃଣ୍ୟ ଘଟଣା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ

‘ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ନାବାଳିକାଙ୍କ ଉପରେ ଅତ୍ୟାଚାର’

ପୁରୀ, ୧୯/୦୭: ବଳଙ୍ଗା ଅଞ୍ଚଳରେ ଆଜି ଜଣେ ନାବାଳିକାଙ୍କୁ ପୋଡି ଦେବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ନାବାଳିକାଙ୍କ ପ୍ରତି ଘଟିଥିବା ଅମାନବୀୟ ଅତ୍ୟାଚାର ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ମନମୋହନ କହିଛନ୍ତି, “ପୁରୀ ଜିଲ୍ଲା ନିମାପଡା ବିଧାନସଭାର ବଳଙ୍ଗା ଅଞ୍ଚଳରେ ଘଟିଥିବା ଘୃଣ୍ୟ ଘଟଣା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ନାବାଳିକାଙ୍କ ଉପରେ ଏଭଳି ଅତ୍ୟାଚାର କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଏହି ଘଟଣା କେବଳ ଜଣେ ନାବାଳିକାଙ୍କ ଉପରେ ଅତ୍ୟାଚାର ନୁହେଁ, ବରଂ ସମ୍ପୂର୍ଣ୍ଣ ମାନବିକତା ଉପରେ ଆଘାତ। ଆମ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତିବଦ୍ଧ। ନ୍ୟାୟ ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ଵ। ଅପରାଧୀମାନେ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ ସେଥିପାଇଁ ଆମେ ଚେଷ୍ଟା କରିବୁ। ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନାବାଳିକାଙ୍କ ଆଶୁ ଆରୋଗ୍ୟ ଓ ତାଙ୍କ ପରିବାରକୁ ଏହି କଠିନ ସମୟକୁ ସାମ୍ନା କରିବାକୁ ଶକ୍ତି ଯୋଗାଇବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।”